ମାଓବାଦୀ ନାଁରେ ଚାନ୍ଦା ଆଦାୟ : ୪ ନକଲି ନକ୍ସଲ ଗିରଫ

ରାୟଗଡା : ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ କରୁଥିବା ଗ୍ୟାଙ୍ଗକୁ କାବୁ କରିଛି ରାୟଗଡା ପୁଲିସ୍। ମାମଲାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାମନାଗୁଡା ଗ୍ରାମର ବଳରାମ ନାଏକ, ଜଳଖୁରା ଗ୍ରାମର ଭରତ ନାଏକ, ପି. ମାଳିଗାଁର ରମେଶ ନାଏକ ଓ ବାୟାମଣି ନାଏକ। ସମସ୍ତଙ୍କ ଘର କାଶୀପୁର ଥାନା ଅଞ୍ଚଳରେ। ପୁଲିସ୍ ଅଭିଯୁକ୍ତଙ୍କ ନିକଟରୁ ୧ ଲକ୍ଷ ୮୦ ହଜାର ଟଙ୍କା, ୩ଟି ବାଇକ୍, ୫ଟି ମୋବାଇଲ୍ ଓ ନକ୍ସଲ ପୋଷ୍ଟର୍ ଜବତ କରିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟଚାଲାଣ କରିଛି ପୁଲିସ୍। ରାୟଗଡା ଟାଉନ୍ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ୍ ପି. ଆର୍ ଏହି ସୂଚନା ଦେଇଛନ୍ତି।

ଦୀର୍ଘ ୬ ମାସ ହେଲା ଏହି ଗ୍ୟାଙ୍ଗ୍ କାଶୀପୁର ବ୍ଲକରେ ମାଓବାଦୀଙ୍କ ନାଁରେ ନକଲି ପୋଷ୍ଟର ମାରି ବେଆଇନ ଭାବେ ଚାନ୍ଦା ଆଦାୟ କରି ଆସୁଥିବା ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର