ବସ୍‌ ପଛକୁ ଧକ୍କା ଦେଲା ଟ୍ରକ୍‌, ୪ ଗୁରୁତର

ବାରବାଟୀ : ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ବସ୍‌କୁ ଏକ ଟ୍ରକ ପଛପଟୁ ଧକ୍କା ଦେବାରୁ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ରାତି ପ୍ରାୟ ୧୨ଟା ସମୟରେ ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ପଦ୍ମାବତୀ ନାମକ ଘରୋଇ ବସ୍‌ ବାରବାଟୀ ଛକରେ ପରିବା ଲୋଡ଼ କରୁଥିଲା। ହାଇଦ୍ରାବାଦରୁ କଲିକତା ଯାଉଥିବା କାଗଜ ବୋଝେଇ ଟ୍ରକ ବସ୍‌ର ପଛପଟୁ ଧକ୍କା ଦେଇଥିଲା। ଫଳରେ ଟ୍ରକ ଚାଳକ ବିହାରର ଛୋଟେଲାଲ୍‌ (୩୫), ବିହାର ଲକ୍ଷ୍ମୀପୁର ଅଞ୍ଚଳର ଡବ୍ଲ୍ୟୁ ଯାଦବ (୩୦) ଗୁରୁତର ଭାବେ ଆହତ ହୋଇଛନ୍ତି। ବସ୍‌ରେ ପରିବା ଲୋଡ଼ କରୁଥିବା ସ୍ଥାନୀୟ ବେତଣ୍ଡା ଗ୍ରାମର ବାବନ ଚରଣ ରାଉତ (୪୫) ଓ ନିମପାଟଣା ଗ୍ରାମର ସୁକାନ୍ତ ଦଳାଇ ଛିଟିକି ପଡ଼ି ଆହତ ହୋଇଛନ୍ତି। ସେମାନଙ୍କୁୁ ଧର୍ମଶାଳା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଟ୍ରକ ଡାଇଭର ଓ ହେଲପରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର