ଉତ୍ତର ଓଡ଼ିଶାରେ ୪ ଜଣଙ୍କ ପ୍ରାଣଗଲା

ସାନକେରକୋ/ବଡ଼ସାହି/ସୋର/ବାହାନଗା/ସିମୁଳିଆ/ଖଇରା : ମୟୂରଭଂଜ ଜିଲ୍ଲା ବଡ଼ସାହି ବ୍ଲକ୍‌ ଅଧୀନ ସାନକେରକୋ ଗାଁର ଦୁର୍ଯ୍ୟୋଧନ ମହାନ୍ତଙ୍କ ଝିଅ ରଶ୍ମିତା (୨୨)ଙ୍କ ବଜ୍ରାଘାତରେ ପରଲୋକ ହୋଇଛି। ରଶ୍ମିତା ଆଜି ନିଜ ବିଲକୁ ଯାଇଥିବା ବେଳେ ଦିନ ପ୍ରାୟ ୨ ବେଳେ ବଜ୍ରାଘାତ ହୋଇଥିଲା।

ସେହିପରି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ଅଭଣା ବିଷ୍ଣୁପୁର ଗ୍ରାମରେ ଆଜି ସନ୍ଧ୍ୟାରେ ବଜ୍ରାଘାତ ଘଟି ପୁଅ ରତ୍ନାକର ବେହେରା (୫୦)ଙ୍କ ମୃତ୍ୟୁ ଘଟିଛି। ରତ୍ନାକର ବିଲକୁ ଯାଇଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଥିଲେ। ସିମୁଳିଆ ବ୍ଲକ୍‌ ଅଧୀନ ବାଟି ପଞ୍ଚାୟତ ୬ ନମ୍ବର ଓ୍ଵାର୍ଡର ଚକ୍ରଧର ବେହେରାଙ୍କ ପୁଅ ହରେକୃଷ୍ଣ ବେହେରା (୩୫)ଙ୍କ ମଧ୍ୟ ଆଜି ବଜ୍ରାଘାତରେ ମୃତ୍ୟୁ ଘଟିଛି। ହରେକୃଷ୍ଣ ବିଲରୁ ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।

ଖଇରା ଅଞ୍ଚଳରେ ବଜ୍ରପାତ ହେବାରୁ ଭଦ୍ରକ ଜିଲ୍ଲା ପୁରୀପଡ଼ା ଅଞ୍ଚଳର ଶ୍ରୀକାନ୍ତ ନନ୍ଦ ଓ କଟକ ଅଞ୍ଚଳର ପପୁନ ବଜ୍ରାଘାତର ଶିକାର ହୋଇଥିଲେ। ଫଳରେ ପପୁନଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ରୀକାନ୍ତ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର