୧୦ ଡିଗ୍ରି ତଳେ ୪ ସହର

ଭୁବନେଶ୍ବର : କମୁଛି ଥଣ୍ଡା। ୪ ସପ୍ତାହ ଧରି ଅସ୍ତବ୍ୟସ୍ତ କରିବା ପରେ ସାରା ରାଜ୍ୟରେ ରାତିର ତାପମାତ୍ରା ବଢ଼ିବାରେ ଲାଗିଛି। ଗତ ୪୮ ଘଣ୍ଟା ମଧ୍ୟରେ ସମସ୍ତ ସହରରେ ରାତିର ତାପମାତ୍ରା ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ଉପକୂଳ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ହାରାହାରି ସ୍ତରରେ ପହଞ୍ଚିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଏବେ ବି ହାରାହାରି ତାପମାତ୍ରାଠାରୁ ୨ରୁ ୩ ଡିଗ୍ରି କମ୍‌ ରହୁଥିବା ଦେଖିବାକୁ ମିଳିଛି। ଜାନୁଆରି ୧୫ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ପାଗ ଶୁଖିଲା ରହିବ। ଆସନ୍ତା ଦୁଇ ଦିନ ଧରି କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଦେଢ଼ରୁ ଦୁଇ ଡିଗ୍ରି କମ୍‌ ରହିବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସ୍ବାଭାବିକ ସ୍ଥିତିକୁ ଫେରୁଛି ପାରଦ। ସମୁଦ୍ର ଆଡ଼ୁ ଓଡ଼ିଶାକୁ ପବନ ଆସୁଥିବାରୁ ପାଗରେ ପରିବର୍ତ୍ତନ ହୋଇଛି। ଆଉ ଆଗଭଳି ଥଣ୍ଡା ହେବାର ସମ୍ଭାବନା କମ୍‌ ରହିଛି। ରାତି ସମୟରେ ପାରଦ ଗୋଟିଏ ଦୁଇ ଡିଗ୍ରି ଏପାଖ ସେପାଖ ରହିବ। ନ ହେଲେ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଟିକିଏ କମ୍‌ ରହିବ। ଆଜି ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ଉପରକୁ ଚାଲିଯାଇଛି। କେନ୍ଦୁଝର, ସୁନ୍ଦରଗଡ଼, ତାଳଚେର ଓ ଫୁଲବାଣୀ ବ୍ୟତୀତ ସବୁଠି ତାପମାତ୍ରା ୧୦ ଡିଗ୍ରି ଉପରେ ଥିବା ବେଳେ ଭୁବନେଶ୍ବର ଓ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର