କୋର୍ଟ ପରିସରରୁ ଅଭିଯୁକ୍ତ ବାପା ପୁଅ ଫେରାର୍‌: ୪ ପୁଲିସ କର୍ମଚାରୀ ନିଲମ୍ବିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କୋର୍ଟ ପରିସରରୁ ଅଭିଯୁକ୍ତ ବାପା ପୁଅ ଚମ୍ପଟ ମାରିବା ଘଟଣାରେ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର। ଫେରାର ଦୁଇଜଣ ହେଲେ ତେଲକୋଇ ଥାନା ସରୁଆଳି ଗ୍ରାମର ଦାଶରଥି ଖୁଣ୍ଟିଆ ଓ ତାଙ୍କ ପୁଅ ଅବିଲ ଖୁଣ୍ଟିଆ। ଏହି ଘଟଣାରେ ଏସ୍‌ଆଇ ଦୁଷ୍ମନ୍ତ ସିଂ, କନେଷ୍ଟବଳ ରେଣୁବାଳା ମହାନ୍ତି, ଶିବାନୀ ନାୟକ ଓ ମନୋରମା ସେଠୀଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ସହ ଘଟଣାର ତଦନ୍ତ ପାଇଁ ଏସ୍‌ପି ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।
ଏକ ଜାତିଆଣ ମାମଲାରେ ସମ୍ପୃକ୍ତ ଥିବା ଦାଶରଥି ଓ ଅବିଲକୁ ଗତକାଲି କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ଏହି ସମୟରେ ଉଭୟ କୋର୍ଟ ପରିସରରୁ କେଉଁଆଡ଼େ ଚାଲି ଯାଇଥିଲେ। ପୁଲିସ କର୍ମଚାରୀ ସେମାନଙ୍କୁ ପାଇନଥିଲେ। ଏହି ଘଟଣା ଜାଣିବା ପରେ ଏସ୍‌ପି ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର