ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ପାଇବେ ୪ ସଚିବ

ଭୁବନେଶ୍ୱର : ୧୯୯୩ ବ୍ୟାଚ୍‌ର ୪ଜଣ ଆଇଏଏସ୍‌ ଅଫିସର ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇବେ। ସେହିପରି ୨୦୦୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସରମାନେ ସଚିବ ପାହ୍ୟାକୁ ଉନ୍ନୀତ ହେବେ। ଏ ନେଇ ବିଜ୍ଞପ୍ତି ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

ଏହି ସୂଚନା ମୁତାବକ ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଂଜନ କୁମାର ସିଂହ, ଅବକାରୀ ବିଭାଗ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଅଶୋକ କୁମାର ମୀନା ୨୦୧୮ ଜାନୁଆରି ୧ ତାରିଖ ସୁଦ୍ଧା ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ପାଇବା ପାଇଁ ଯୋଗ୍ୟ ହେଉଛନ୍ତି। ସେହିପରି ୨୦୦୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସର କ୍ରିଷ୍ଣନ କୁମାର, ଏସ୍‌.ଏନ୍‌. ଗିରୀଶ, ମୃଣାଳିନୀ ଦର୍‌ସ୍ୱାଲ୍‌ଙ୍କୁ ସଚିବ ସ୍ତରକୁ ପଦୋନ୍ନତି ପାଇବେ। ସେହି ବ୍ୟାଚ୍‌ର ବିଶ୍ୱନାଥ ମଲ୍ଲିକ, ଆନନ୍ଦ ଚନ୍ଦ୍ର ସିଅଳ, ପ୍ରଫୁଲ୍ଲ ପ୍ରଧାନ, ଓ୍ଵିଲିୟମ୍‌ ବିଲଙ୍ଗଙ୍କୁ ସଚିବ ପାହ୍ୟାକୁ ପଦୋନ୍ନତି ସୁବିଧା ମିଳିବ। କେବଳ ସେତିକି ନୁହେଁ, ୨୦୦୫ ବ୍ୟାଚ୍‌ର ଆଇଏଏସ୍‌ ଏବଂ ଅନ୍ୟ ଅଫିସରମାନଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯିବ। ତା‘ ପଛକୁ ରହିଛି ୨୦୦୯ ବ୍ୟାଚ୍‌।

ଉଲ୍ଲେଖଯୋଗ୍ୟ ଯେ ୧୯୯୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସରମାନେ ୨୦୧୮ ଜାନୁଆରି ୧ ତାରିଖ ସୁଦ୍ଧା ୨୫ ବର୍ଷର ନିଯୁକ୍ତି କାଳ ପୂର୍ଣ୍ଣ କରୁଥିବା ବେଳେ ୨୦୦୨ ବ୍ୟାଚ୍‌ର ଅଫିସରମାନେ ୧୬ ବର୍ଷ, ୨୦୦୫ ବ୍ୟାଚ୍‌ର ଅଫିସରମାନେ ୧୩ ବର୍ଷ ପୂରା କରୁଛନ୍ତି। ଏଣୁ ନିୟମ ଅନୁଯାୟୀ ସେମାନଙ୍କୁ ପଦୋନ୍ନତି ଏବଂ ତାହା ସହିତ ଜଡ଼ିତ ସୁବିଧା ମିଳିବ। ତେବେ ଏ ନେଇ ଆଗାମୀ କିଛି ଦିନ ଭିତରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର