ସ୍କୁଲ ଗେଟ୍‌ ପିଲାର୍‌ ଭୁଶୁଡ଼ି ୪ ଛାତ୍ରୀ ଆହତ

ଫୁଲବାଣୀ/ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଗେଟ୍‌ ପିଲାର୍‌ ହଠାତ୍‌ ଭାଙ୍ଗି ଭୁଶୁଡ଼ି ପଡ଼ିବା ଫଳରେ ଚାରି ଚଣ ଛାତ୍ରୀ ମିଲିମା ଦିଗାଲ(୮), ତୁଳସୀ ବିନ୍ଧାଣୀ(୧୦), ସୁଭାଦିନା ଦିଗାଲ(୧୦) ଓ ମିଖା ଛାଟିଆ(୮) ଆହତ ହୋଇଛନ୍ତି । ଆହତ ଛାତ୍ରୀଙ୍କୁ ପ୍ରଥମେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏବେ ସୋମନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର