ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ : ଜଣେ ଛାତ୍ର ନିଖୋଜ, ଉଦ୍ଧାର ହେଲେ ୪

ବାଲିଆପାଳ/ରୁପ୍‌ସା : ସମୁଦ୍ରରେ ୫ ଜଣ ସାଙ୍ଗ ମନଖୁସିରେ ଗାଧୋଉଥିଲେ। ଏହି ସମୟରେ ଢେଉ ସାଙ୍ଗରେ ମାଡ଼ିଆସିଲା କାଳ। ତେବେ ସୌଭାଗ୍ୟବଶତଃ ୪ ଜଣ ଯୁବକ ବିପଦ ମୁହଁରୁ ଉଦ୍ଧାର ପାଇଗଲେ। କିନ୍ତୁ ଅନ୍ୟଜଣଙ୍କ ପତ୍ତା ମିଳିଲାନାହିଁ। ଏପରି ମର୍ମନ୍ତୁଦ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ଏପରି ମର୍ମନ୍ତୁଦ ଘଟଣା ଘଟିଛି ।

ସୂଚନାଯୋଗ୍ୟ; ଆଜି ବସ୍ତା ବ୍ଲକ୍‌ ଜାମଶୁଳୀସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ପଢ଼ୁଥିବା ସିଂଲା ଥାନା ସାନଅସ୍ତି ଗ୍ରାମର ଅନୁଭବ ମହାନ୍ତି (୧୬)ଙ୍କ ସହ ଅଳାଡ଼ିହା ଗ୍ରାମର ରାଜେଶ ବିଶ୍ୱାଳ (୧୬), ନଈଘାଟି ଗ୍ରାମର ଦେବାଶିଷ ଦାସ (୧୬), ଖଗଡ଼ାପାଳ ଗ୍ରାମର ଶିବାଶିଷ ଗିରି (୧୭), ବଡ଼ାଶ ଗ୍ରାମର ଶିବଶଙ୍କର କାମିଳା (୧୬) ସାଙ୍ଗ ହୋଇ ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିକୁ ଯାଇଥିଲେ। ସେଠାରେ ସମସ୍ତେ ସମୁଦ୍ରରେ ଗାଧୋଉଥିଲେ। ଏତିକିବେଳେ ସମୁଦ୍ର ଢେଉ ସେମାନଙ୍କୁ ଭସାଇନେଇଥିଲା। ଚିତ୍କାର ଶୁଣି ସ୍ଥାନୀୟ କିଛି ଲୋକ ଓ ମତ୍ସ୍ୟଜୀବୀ ପହଂଚି ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ତେବେ ରାଜେଶ, ଦେବାଶିଷ, ଶିବାଶିଷ ଓ ଶିବଶଙ୍କର ଉଦ୍ଧାର ପାଇଥିବା ବେଳେ ଅନୁଭବଙ୍କ କୌଣସି ପତ୍ତା ମିଳିନଥିଲା। ତେବେ ଖବର ଲେଖା ହେବା ଯାଏ ଅନୁଭବଙ୍କ କିଛି ପତ୍ତା ମିଳିପାରିନାହିଁ।

ସମ୍ବନ୍ଧିତ ଖବର