ଥାନାରୁ ଖସି ପଳାଇଲେ ୪ ଚୋର

ରାଉରକେଲା : ବନ୍ଧମୁଣ୍ଡା ଥାନାରେ ଗତ ୧୬ ତାରିଖରୁ ଅଟକ ଥିବା ୪ ଜଣ ଚୋର ଆଜି ଭୋର ୪ଟାରେ ଖସି ପଳାଇଛନ୍ତି। ପୁଲିସ ପିଛା କରିଥିଲେ ବି ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଫେରାର ଚୋରମାନେ ଡୁମର୍ତ୍ତା ସଂଲଗ୍ନ ସରଣ୍ଡା ଜଙ୍ଗଲ ମଧ୍ୟକୁ ପଶି ଯାଇଛନ୍ତି। ମୋବାଇଲ ଚୋରି ଅଭିଯୋଗରେ ପୁଲିସ ସେମାନଙ୍କୁ ଧରି ଅଟକ ରଖିଥିଲା। ତେବେ କେଉଁ ସ୍ଥିତିରେ ସେମାନେ ଥାନାରୁ ଚମ୍ପଟ ମାରିଲେ ସେ ସମ୍ପର୍କରେ ପୁଲିସ ମୁହଁ ଖୋଲୁନାହିଁ। ତେବେ ଚୋରଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଛି। ଘଟଣାଟି ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର