ମଦ ମାଫିଆଙ୍କ ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀ ସମେତ ୪ ଗ୍ରାମବାସୀ ଗୁରୁତର

ରେଙ୍ଗାଲି : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁରେ ବେଆଇନ ମଦକୁ ନେଇ ମାଡ଼ପିଟ। ମଦ ମାଫିଆଙ୍କ ଠେଙ୍ଗା ମାଡ଼ରେ ସରପଞ୍ଚଙ୍କ ସ୍ୱାମୀ ସମେତ ୪ ଜଣ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ବାଦୀମାଲ ଗ୍ରାମପଞ୍ଚାୟତର ସରପଞ୍ଚ ବୈଦେହୀ ପଧାନଙ୍କ ସ୍ୱାମୀ ହେମକୁମାର ପଧାନ, ବସୁଦେବ ପଧାନ ଓ ଶତ୍ରୁଘ୍ନ ପଧାନ। ଏହାକୁ ନେଇ ଗାଁ’ରେ ଦେଖାଦେଇଛି ତୀବ୍ର ଉତ୍ତେଜନା। ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧିତ ଖବର