୪୧ଂ ଉପରେ ୭ ସହର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗତକାଲି ପରି ଆଜି ମଧ୍ୟ ଟିଟିଲାଗଡ଼ ଓ ବଲାଙ୍ଗୀରର ତାପମାତ୍ରା ୪୨ ଡିଗ୍ର୍ରି ଉପରେ ରହିଥିବାରୁ ପ୍ରବଳ ତାତି ଅନୁଭୂତ ହୋଇଛି। ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ୪୨.୫ ଡିଗ୍ର୍ରି ରହିଥିଲା। ଏଥିସହ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୪୧ ଡିଗ୍ରି ଟପିଛି। ପ୍ରବଳ ତାତି ଅନୁଭୂୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଏଭଳି ତାତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଟିଟିଲାଗଡ଼ ଓ ବଲାଙ୍ଗୀର ବ୍ୟତୀତ ସୋନପୁରରେ ୪୧.୬, ଭବାନୀପାଟଣାରେ ୪୧.୨, ଅନୁଗୁଳ ଓ ହୀରାକୁଦରେ ୪୧.୧, ତାଳଚେରରେ ୪୧, ଝାରସୁଗୁଡ଼ାରେ ୪୦.୯, ସମ୍ବଲପୁରରେ ୪୦.୭ ଡିଗ୍ରି ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ସର୍ବାଧିକ ୨୨.୧ ମି.ମି. ବର୍ଷା ହୋଇଥିବା ବେଳେ ଭବାନୀପାଟଣାରେ ୭, ମି.ମି. ବର୍ଷ ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର