ଓଡ଼ିଶାରେ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବ: ଆଇନ୍ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଦୁଷ୍କର୍ମକାରୀଙ୍କୁ ଯେପରି କଠିନ ଦଣ୍ଡ ମିଳିବ ସେଥିପାଇଁ ଖୋଲିବ ଫାଷ୍ଟଟ୍ରାକ୍ କୋର୍ଟ ।
ଦୁଷ୍କର୍ମକାରୀଙ୍କୁ ଆଉ ତ୍ରାହି ନାହିଁ । ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏଥିରୁ ୨୧ଟି କୋର୍ଟ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ମାମଲାର ବିଚାର କରିବେ। ଅନ୍ୟପଟେ ପ୍ରତିଷ୍ଠା ହୋଇସାରିଥିବା ଆଉ ୨୪ଟି ପୋସ୍କୋ କୋର୍ଟ ନାବାଳିକାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବେ । ଏଥିନେଇ ଓଡ଼ିଶାର ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।ରାଜ୍ୟରେ ବହୁ ଦୁଷ୍କର୍ମ ମାମଲା ପଡ଼ି ରହିଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଏହା ସହିତ ହାଇକୋର୍ଟରେ ବର୍ତ୍ତମାନ ଖାଲି ପଡ଼ିଥିବା ୧୪ଟି ବିଚାରପତି ପଦ ତୁରନ୍ତ ପୂରଣ କରିବା ପାଇଁ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଦାବି କରିଛନ୍ତି । ସେ କହିଛନ୍ତି ଯେ ହାଇକୋର୍ଟରେ ବିଚାରପତି ପଦ ପୂରଣ ହେଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିବ ।

ସମ୍ବନ୍ଧିତ ଖବର