୪୬ ପୁଲିସ ଇନ୍‌ସ୍ପେକ୍ଟରଙ୍କ ବଦଳି

କଟକ : ରାଜ୍ୟ ପୁଲିସ ବିଭାଗରେ ୪୬ ଜଣ ଇନ୍‌ସ୍ପେକ୍ଟର ପାହ୍ୟାର ଅଫିସରଙ୍କ ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ପକ୍ଷରୁ ଗତ ୫ ତାରିଖରେ ଆୟୋଜିତ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲାା

ସୂଚନା ଅନୁଯାୟୀ, ପୁଲିସ ବିଭାଗରେ କାର୍ଯ୍ୟରତ ପୁଲିସ ଇନ୍‌ସ୍ପେକ୍ଟର ଅଭୟ ବେହେରାଙ୍କୁ ବଲାଙ୍ଗୀରରୁ ନବରଙ୍ଗପୁର, ଅମିତାଭ ପଣ୍ଡାଙ୍କୁ ସମ୍ବଲପୁରରୁ ଝାରସୁଗୁଡ଼ା, ଆନନ୍ଦ ଚନ୍ଦ୍ର ମାଝିଙ୍କୁ ବଲାଙ୍ଗୀରରୁ ସୁନ୍ଦରଗଡ଼, ବାଇଧର ଦେହୁରୀଙ୍କୁ ବଲାଙ୍ଗୀରରୁ ସୋନପୁର, ବଳେଶ୍ୱର ଗିଧିଙ୍କୁ ଗଞ୍ଜାମରୁ କୋରାପୁଟ, ବନିତା ମାଝିଙ୍କୁ କେନ୍ଦୁଝରରୁ କମିସନରେଟ୍‌ ପୁଲିସକୁ ବଦଳି କରାଯାଇଥିଲା । କିନ୍ତୁ ତାଙ୍କର ପରେ ବାତିଲ କରାଯାଇଥିଲା । ଭରତ ଚନ୍ଦ୍ର ସାହୁଙ୍କୁ ଓଡ଼ିଶା ମାନବାଧିକାର କମିସନରୁ କଟକ ଜିଆର୍‌ପି, ବିଜୟ କୁମାର ସାହୁଙ୍କୁ ବାଲେଶ୍ୱରରୁ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ, ବୀରବଲ ବଡ଼ିଙ୍କୁ ନୟାଗଡ଼ରୁ କଳାହାଣ୍ଡି, ବିଷ୍ଣୁ ଚରଣ ବାରିକଙ୍କୁ ଢେଙ୍କାନାଳରୁ ସମ୍ବଲପୁର ସାଇବର ଥାନାକୁ ବଦଳି କରାଯାଇଥିଲା । କିନ୍ତୁ ପରେ ତାଙ୍କର ବାତିଲ କରାଯାଇଛି । ବିଶ୍ୱଜିତ ରାଉତରାୟଙ୍କୁ ନୟାଗଡ଼ରୁ ପୁରୀ, ବୁଲୁ ମୁଣ୍ଡାଙ୍କୁ ସମ୍ବଲପୁରରୁ ପୁରୀ, ଚନ୍ଦ୍ର ମୋହନ ସିଂହଙ୍କୁ ମୟୂରଭଞ୍ଜରୁ ସୋନପୁର, ଚିତ୍ତରଞ୍ଜନ ନାୟକଙ୍କୁ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ, ଚିତ୍ତରଞ୍ଜନ ବେହେରାଙ୍କୁ ଅନୁଗୁଳ, ଦୀପିକାଦେବୀ ରାୟଙ୍କୁ ଅନୁଗୁଳ, ଦୁଷ୍ମନ୍ତ କୁମାର ନାୟକ ମାଲ୍‌କାନଗିରିରୁ ଯାଜପୁର, ଗୌରାଙ୍ଗ ଚରଣ ମହାନ୍ତିଙ୍କୁ ସ୍ପେଶାଲ ବ୍ରାଞ୍ଚରୁ ମାଲ୍‌କାନଗିରି, ଜ୍ଞାନ ରଞ୍ଜନ ସାମଲଙ୍କୁ ଢେଙ୍କାନାଳ, ହରମୋହନ ନାୟକଙ୍କୁ ସୁନ୍ଦରଗଡ଼ରୁ ପୁରୀ, ଜଗନ୍ନାଥ ଆଚାର୍ଯ୍ୟଙ୍କୁ କୋରାପୁଟରୁ ସୁନ୍ଦରଗଡ଼, ଜିତେନ୍ଦ୍ର କୁମାର ମଲ୍ଲିକଙ୍କୁ କଳାହାଣ୍ଡରୁ ଗଞ୍ଜାମ, ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ରାୟଗଡ଼ା, ଯୁଗଳ କୁମାର ମଲ୍ଲିକଙ୍କୁ ସ୍ପେଶାଲ ବ୍ରାଞ୍ଚରୁ ନୂଆପଡ଼ା, କ୍ଷମାସାଗର ପଣ୍ଡାଙ୍କୁ ବାଲେଶ୍ୱରରୁ କେନ୍ଦ୍ରାପଡ଼ା, ଲୋକେଶ୍ୱର ସାହୁଙ୍କୁ ସମ୍ବଲପୁର, ମହେଶ୍ୱର ସେଠୀଙ୍କୁ କେନ୍ଦ୍ରାପଡ଼ାରୁ ଜଗତସିଂହପୁର, ମେନେକା ରାଉତଙ୍କୁ ରାଉରକେଲାରୁ ସମ୍ବଲପୁର, ନରେନ୍ଦ୍ର କୁମାର ବେହେରାଙ୍କୁ କଟକ କ୍ରାଇମ୍‌ବ୍ରାଞ୍ଚ, ପ୍ରଭାତ କୁମାର ମଲ୍ଲିକଙ୍କୁ ପୁରୀରୁ କଟକ, ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଭିଜିଲାନ୍ସରୁ ବାଲେଶ୍ୱର, ପ୍ରବୀର କେଶରୀ ତ୍ରିପାଠୀଙ୍କୁ କଳାହାଣ୍ଡିରୁ ଝାରସୁଗୁଡ଼ା, ପ୍ରକାଶ କୁମାର କରଣଙ୍କୁ ବରଗଡ଼ରୁ ସମ୍ବଲପୁର, ପ୍ରଭାସ ଚନ୍ଦ୍ର ସାହୁଙ୍କୁ କଟକରୁ କୋରାପୁଟ, ରାଜେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କୁ ଯାଜପୁରରୁ ଅନୁଗୁଳ, ରମାକାନ୍ତ ମହାଳିକଙ୍କୁ ଗଞ୍ଜାମରୁ ଖୋର୍ଧା, ରମାକାନ୍ତ ମୁଦୁଲିଙ୍କୁ କୋରାପୁଟରୁ ଯାଜପୁର,ସଲିଲ କୁମାର ପ୍ରଧାନଙ୍କୁ ଭୁବନେଶ୍ୱର କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲୁ, ସତ୍ୟବ୍ରହ୍ମ ବେହେରାଙ୍କୁ ଗଜପତିରୁ କନ୍ଧମାଳ, ସତ୍ୟଜିତ ଦାସଙ୍କୁ କେନ୍ଦୁଝରରୁ ମୟୂରଭଞ୍ଜ, ସୁକୁମାର ତ୍ରିପାଠୀଙ୍କୁ ଅନୁଗୁଳରୁ ଝାରସୁଗୁଡ଼ା, ସୁମନ୍ତ କୁମାର ବେହେରାଙ୍କୁ ସ୍ପେଶାଲ ବ୍ରାଞ୍ଚ, ସୁରେନ୍ଦ୍ର କୁମାର ବଳଙ୍କୁ କମିସନରେଟ୍‌ ପୁଲିସ, ସୁରେନ୍ଦ୍ର କୁମାର ନାୟକଙ୍କୁ ବାଲେଶ୍ୱରରୁ ଦେଓଗଡ଼, ସୁରେଶ କୁମାର ତ୍ରିପାଠୀଙ୍କୁ ବ୍ରହ୍ମପୁର, ଉମାଶଙ୍କର ନାୟକଙ୍କୁ ଭିଜିଲାନ୍ସରୁ ଭଦ୍ରକ ବଦଳି କରାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିିଛି ।

ସମ୍ବନ୍ଧିତ ଖବର