ଗହୀରମଥାରୁ ୪୭ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବେଆଇନ୍‌ ଭାବେ ମାଛ ମାରୁଥିବା ବେଳେ ବନବିଭାଗ ୪୭ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ଟ୍ରଲର ଓ ୩ଟି ଗିଲ୍‌ନେଟର ଜବତ କରିଛି।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି ନିକଟରେ ବନବିଭାଗ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ‘ବୈଶାଖୀ’ ନାମକ ଟ୍ରଲର ସମେତ ‘ଗଙ୍ଗା’, ‘ଗାୟତ୍ରୀ’ ଓ ‘ମାହେଶ୍ୱରୀ’ ନାମକ ୩ଟି ଗିଲ୍‌ନେଟର ଜବତ କରିଥିଲା। ଏଥିରେ ଥିବା ଇନ୍ଦ୍ରଜିତ୍‌ ପାଣ୍ଡେ, ବ୍ରୋଜେନ କୁମାର ମଣ୍ଡଳ, ଗଦାଧର ମଲ୍ଲିକ, ମକୁନ୍ଦ ମଣ୍ଡଳ, ଅମର ରଣା, ଖଗେନ୍‌ ବର, ପ୍ରଦୀପ ଜାନା, ଦିଲ୍ଲୀପ ମଣ୍ଡଳ, ମଧୁସୂଦନ ଜେନା, ଅବନୀ ବେରା, ବିଶ୍ୱନାଥ ଘୋସେଲ୍‌, ଶିବା ମଲ୍ଲିିକ, ସୁରେନ୍ଦ୍ର ମଲ୍ଲିିକ, ଅଜୟ ମଳିକ, ଭରତ ମଲ୍ଲିକ, ସୋମନାଥ ମଲ୍ଲିକ, ଗୌରାଙ୍ଗ ପ୍ରଧାନ, ମଣି ହାଜରା, ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ୪୭ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ଏଥିସହ ୨ କୁଇଣ୍ଟାଲ୍‌ ମାଛ ସମେତ ମାଛଧରା ସରଞ୍ଜାମ ଜବତ କରାଯାଇଥିବା ଗହୀରମଥା ରେଂଜ ଅଫିସର ସୁବ୍ରତ କୁମାର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର