୨୯ରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ଅଧିବେଶନ

ଭୁବନେଶ୍ୱର : ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୭ ତମ ବାର୍ଷିକ ସମ୍ମିଳନୀ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଭୁବନେଶ୍ବର ଓକିଲ ସଂଘ ସହଯୋଗରେ ଦୁଇଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ଜ‌ଷ୍ଟସ୍‌ ଭିନୀତ ସରଣ, ପୂର୍ବତନ ବିଚାରପତି ଜଷ୍ଟିସ୍‌ ଭି. ଗୋପାଳ ଗୌଡ଼ା, ଭାରତୀୟ ଓକିଲ ସଂଘ ସଭାପତି ଲଳିତ ଭାସିନ୍‌, ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି, ରାଜ୍ୟ ଆଇନ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ଲ-ଏସିଆର ସଭାପତି ପ୍ରଶାନ୍ତ କୁମାର, ସୁପ୍ରିମକୋର୍ଟ ଓକିଲ ସଂଘ ଉପ-ସଭାପତି ସୁକୁମାର ପାଟ୍ଟଯୋଶୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ସଂଘର ରାଜ୍ୟ ସଭାପତି ଜ୍ଞାନରଞ୍ଜନ ମହାନ୍ତି ଓ ସାଧାରଣ ସମ୍ପାଦକ ବିଭୂପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ଆଜି ଭୁବନେଶ୍ବର ଓକିଲ ସଂଘ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓକିଲମାନଙ୍କ ବିଭିନ୍ନ ସମସ୍ୟା‌ ଉପସ୍ଥାପନ କରାଯିବ। ସେହିପରି ଉକ୍ତ ଉତ୍ସବରେ ୩୦ ଜଣ ବରିଷ୍ଠ ଓ ଦୁଇଜଣ ଯୁବ ଆଇନଜୀବୀଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ଆଜି ସକାଳେ ଅନୁ‌ଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଓକିଲ ସଂଘ ସଭାପତି ଦୁର୍ଗାମାଧବ ମିଶ୍ର, ସାଧାରଣ ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ ଯୋଗଦେଇ ଆଇନଜୀବୀଙ୍କ ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ପାଇଁ ରାଜ୍ୟରେ ଥିବା ୧୬୬ ସଂଘର ପ୍ରତିନିଧିମାନେ ଯେଉଁ ଦସ୍ତାବିଜ୍‌ ପ୍ରସ୍ତୁତ କରିବେ, ତାହାକୁ ଏକ ସ୍ମାରକପତ୍ର ଭାବରେ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ବୈଠକ‌ରେ ଅନ୍ୟମାନଙ୍କ ମଧ୍ୟରେ ବିଚିତ୍ର ବଡ଼ଜେନା, ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି, ବିଧାନ ଚନ୍ଦ୍ର ପାଣିଗ୍ରାହୀ, ଭୀଷ୍ମଦେବ ସରାଫ, ସରୋଜ ପାଣିଗ୍ରାହୀ, ଭୁବନେଶ୍ବର ଓକିଲ ସଂଘ ଉପସଭାପତି ଅଶୋକ ବେହେରା, ବ୍ରହ୍ମପୁର ଓକିଲ ସଂଘ ସଭାପତି ମୋହନ ସିଂହାରୀ, ବରିଷ୍ଠ ଆଇନଜୀବୀ ଅରୁଣ ବିଶ୍ବାଳ, ସରୋଜ ପଣ୍ଡା, ଦିଗପହଣ୍ଡି ଓକିଲ ସଂଘର ହୃଦୟ ମେକାପ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର