ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ବିଧାନସଭା ପାଇଁ ୬୮ ଓ ଲୋକସଭା ପାଇଁ ୯ ଜଣ ଦାଖଲ କଲେ ନାମାଙ୍କନ ପତ୍ର

୨୦୨ଟି ଲାଇସେନ୍ସ ନଥିବା ଅସ୍ତ୍ରଶସ୍ତ୍ର, ୧୩୬୨ କିଲୋଗ୍ରାମ ବିସ୍ଫୋରକ ଜବତ

ଭୁବନେଶ୍ବର : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ସାଧା‌ରଣ ନିର୍ବାଚନ ନିମନ୍ତେ ଆଜି ୧୯ଜଣ ପ୍ରାର୍ଥୀ ବିଧାନସଭା ପାଇଁ ଏବଂ ଲୋକସଭା ଆସନ ପାଇଁ ୪ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜିସୁଦ୍ଧା ୪୨ଟି ବିଧାନସଭା ଆସନ ପାଇଁ ମୋଟ ୬୮ଜଣ ଓ ୬ଟି ଲୋକସଭା ଆସନ ପାଇଁ ମୋଟ ୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ସୂଚନାନୁସାରେ ଆଜିସୁଦ୍ଧା ରାଜ୍ୟରେ ଫ୍ଲାଇ ସ୍କ୍ବାଡ୍‌ ଓ ପୁଲିସ ୨ କୋଟି ୧୯ ଲକ୍ଷ ୬ ହଜାର ୧୬୦ ଟଙ୍କା ଜବତ କରିଛନ୍ତି। ପ୍ରାୟ ୩.୧୯ କୋଟି ଟଙ୍କା ମୂଲ୍ୟର ମଦ ଜବତ ହୋଇଛି। ସେହିପରି ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଛି ୮୧୪୧ଟି ଜାମିନ ବିହୀନ ପରୱାନା। ଆଇପିସି ଧାରା ୧୦୭/୧୧୬ ଅନୁଯାୟୀ ଅଟକ ରହିଛନ୍ତିି ୪୩୦୩୧ ଜଣ ସନ୍ଦିଗ୍ଧ ବ୍ୟକ୍ତି। ୪୮୨୫ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ହୋଇଛି। ଲାଇସେନ୍ସ ନଥିବା ୨୦୨ଟି ଅସ୍ତ୍ରଶସ୍ତ୍ର ଏବଂ ୧୩୬୧.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ ବି ହୋଇଛି। ଆଜି ସୁଦ୍ଧା ରାଜ୍ୟର ଆଦର୍ଶ ଆଚରଣ ବିଧି ଉଲଂଘନ କରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୦ ଲକ୍ଷ ୭୯ ହଜାର ୯୪ଟି ହୋର୍ଡିଂ, େପାଷ୍ଟର ଆଦିକୁ ହଟାଇ ଦିଆଯାଇଛି। ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବି ବେଆଇନ୍‌ ଭାବେ ଲାଗିଥିବା ୨ ଲକ୍ଷ ୬୫ ହଜାର ୯୨୩ଟି ହୋର୍ଡିଂ, େପାଷ୍ଟର ଆଦିକୁ ମଧ୍ୟ ବାହାର କରି ଦିଆଯାଇଛି।

ସମ୍ବନ୍ଧିତ ଖବର