ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ବିଧାନସଭା ପାଇଁ ୪୯ ଓ ଲୋକସଭା ୫ ଜଣ ନାମାଙ୍କନ ଦାଖଲ

୩୦ ଲକ୍ଷ ହୋର୍ଡିଂ, ପୋଷ୍ଟର ହଟିଲା

ଭୁବନେଶ୍ବର : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଲୋକସଭା ଆସନ ନିମନ୍ତେ ଜଣେ ପ୍ରାର୍ଥୀ ଏବଂ ବିଧାନସଭା ପାଇଁ ୧୭ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଏହି ପର୍ଯ୍ୟାୟରେ ଲୋକସଭା ପାଇଁ ମୋଟ ୫ଜଣ ପ୍ରାର୍ଥୀ ଏବଂ ବିଧାନସଭା ପାଇଁ ମୋଟ ୪୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତିି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ସୂଚନାନୁସାରେ ଆଜିସୁଦ୍ଧା ରାଜ୍ୟରେ ଫ୍ଲାଇ ସ୍କ୍ବାଡ୍‌ ଓ ପୁଲିସ ୧କୋଟି ୯୬ ଲକ୍ଷ ୮୧ ହଜାର ୨୦୦ ଟଙ୍କା ଜବତ କରିଛନ୍ତି। ପ୍ରାୟ ୩.୧୬ କୋଟି ଟଙ୍କା ମୂଲ୍ୟର ମଦ ଜବତ ହୋଇଛି। ସେହିପରି ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଛି ୭୯୫୬ଟି ଜାମିନ ବିହୀନ ପରୱାନା। ଆଇପିସି ଧାରା ୧୦୭/୧୧୬ ଅନୁଯାୟୀ ଅଟକ ରହିଛନ୍ତିି ୪୧୦୩୯ଜଣ ସନ୍ଦିଗ୍ଧ ବ୍ୟକ୍ତି। ୪୭୪୪ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ହୋଇଛି। ଲାଇସେନ୍ସ ନଥିବା ୧୯୮ଟି ଅସ୍ତ୍ରଶସ୍ତ୍ର ଏବଂ ୧୨୩୦.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ ବି ହୋଇଛି। ଆଜି ସୁଦ୍ଧା ରାଜ୍ୟର ଆଦର୍ଶ ଆଚରଣ ବିଧି ଉଲଂଘନ କରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୨୭ ଲକ୍ଷ ୫୫ ହଜାର ୬୧୦ଟି ହୋର୍ଡିଂ, େପାଷ୍ଟର ଆଦିକୁ ହଟାଇ ଦିଆଯାଇଛି। ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବି ବେଆଇନ୍‌ ଭାବେ ଲାଗିଥିବା ୨ ଲକ୍ଷ ୪୧ ହଜାର ୯୭୭ଟି ହୋର୍ଡିଂ, େପାଷ୍ଟର ଆଦିକୁ ମଧ୍ୟ ବାହାର କରି ଦିଆଯାଇଛି।

ସମ୍ବନ୍ଧିତ ଖବର