ଦୁର୍ଘଟଣାରେ ୫ ମୃତ : ବାଇକ୍‌କୁ ପଛରୁ ଧକ୍କା ଦେଲା ଟ୍ରକ୍‌; ୩ ମୃତ, ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା

ବେତନଟୀ/ ଦଶପଲ୍ଲା : ମୟୂରଭଞ୍ଜର ବେତନଟୀ ଓ ନୟାଗଡ଼ର ଦଶପଲ୍ଲାରେ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ମୟୂରଭଞ୍ଜ ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ତିନି ସଂପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ଏହି ତିନି ଜଣ ହେଲେ ବଡସାହି ଥାନା ଅଧୀନ ଦଲକି, ଡାହିସାହି, ରଙ୍ଗପାଣି, ତିଲୋଚନପୁରର ଲୋକ ବୋଲି ଜଣା ପଡିଛି। ମୃତ ଯୁବକ ମାନେ ହେଲେ ଘନ ସିଂ (୪୬), ମଙ୍ଗ ସିଂ (୪୫), ଗାଳ ସିଂ (୪୦)। ଏହି ତିନି ଜଣ ସଂପର୍କୀୟ ଭାଇ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ମୋଟରସାଇକେଲ୍‌ରେ ଆସୁଥିବାବେଳେ ଏକ ଟ୍ରକ୍‌ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଫଳରେ, ତିନିଜଣ ଯାକ ଘଟଣା‌ସ୍ଥଳରେ ମୃତ୍ୟୁବରଣ କରିଥିଲେ।

ସେହିଭଳି, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ରଥଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବସ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ୍‌ ଚାଳକ ଓ ଅନ୍ୟ ଜଣେ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଟିବାରୀ ଗ୍ରାମର ବିଶ୍ବଜିତ୍ ପ୍ରଧାନ (୨୨) ଓ କଳାହାଣ୍ତି ଜିଲ୍ଲା ଜୟପାଟଣା ବାନେର୍ ଗାଁର କୃଷ୍ଣ ପ୍ରଧାନ (୨୪)। ଗତକାଲି ରାତି ପ୍ରାୟ ୧ଟା ସମୟରେ ଉଭୟ ପଲ୍‌ସର୍‌ (ଓଆର୍ ୦୨ ଏଡବ୍ଲୁ ୪୭୩୯) ବାଇକ୍‌ ଯୋଗେ ଭୁବନେଶ୍ବରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ଫୁଲବାଣିରୁ କଟକ ଅଭିମୁଖେ ଆସୁଥିବା (ଓଡି ୧୨ ସି ୬୩୪୨) ଦୀକ୍ଷିତ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ସମ୍ବନ୍ଧିତ ଖବର