କୋରାପୁଟ ମେଡିକାଲ କଲେଜରେ ୫ ଡେଙ୍ଗୁ ରୋଗୀ

କୋରାପୁଟ : ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ୫ ଜଣ ରୋଗୀଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ବାହାରିଛି। ଏମାନଙ୍କ ଭିତରୁ ଜଣେ ଗୁରୁତର ଅଛନ୍ତି। ଅପରପକ୍ଷରେ ଏକା ସାଙ୍ଗରେ ୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ କୋରାପୁଟରେ ଛନକା ପଶି ଯାଇଛି। ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରରୁ ଗତକାଲି କାହ୍ନୁ ହରିଜନ, ରାଜୁ ହରିଜନ, ବିନୋଦ ହରିଜନ, ଲିଙ୍ଗରାଜ ହରିଜନ, ସୁରଜ ହରିଜନ ଓ ସୁରୋଜ ହରିଜନ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ ହୋଇଥିଲେ। ଆଜି ସେମାନଙ୍କର ରକ୍ତ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୫ ଜଣଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ବାହାରିଥିଲା।

ସମ୍ବନ୍ଧିତ ଖବର