୫ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର : କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଜି ୫ ଜଣ ଡାକ୍ତର ନିଲମ୍ବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାଳଚେରର ଜଣେ ଓ ଜଗତ୍‌ସିଂହପୁରର ୪ ଜଣ ଡାକ୍ତର ଅଛନ୍ତି। ନିଲମ୍ବିତ ଡାକ୍ତରମାନେ ହେଲେ ତାଳଚେର ଏସ୍‌ଡିଏମ୍‌ଓ ଡା.ମୀନା କୁମାରୀ ଦ୍ୱାରୀ, ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା.ମମତା ଶତପଥୀ, ଜଗତସଂହପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡା.ହିମାଂଶୁ ଶେଖର ନନ୍ଦ, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏମ୍‌ଓ(ଭାରପ୍ରାପ୍ତ) ସୁରେଶ କୁମାର ଲେଙ୍କା ଓ କନକପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡା.ସଞ୍ଜୀବ କୁମାର ମହାପାତ୍ର।

ସମ୍ବନ୍ଧିତ ଖବର