ଖୋଲିଲା ଇନ୍ଦ୍ରାବତୀ ଓ ମୁରାନ ଡ୍ୟାମ୍‌ର ୫ଟି ଗେଟ୍‌

0 35

କୋରାପୁଟ : ତେନ୍ତୁଳିଖୁଣ୍ଟି ବ୍ଲକ ସମେତ ଇନ୍ଦ୍ରାବତୀ ଓ ମୁରାନ ଡ୍ୟାମ୍‌ ଅବବାହିକାରେ ବର୍ଷା ଜାରି ରହିବାରୁ ଆଜି ସଂଧ୍ୟା ସୁଦ୍ଧା ଇନ୍ଦ୍ରାବତୀ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇ ୬୪୦.୧୨ମିଟରରେ ପହଞ୍ଚିଛି। ଜଳସ୍ତର ବୃଦ୍ଧି ପାଇବା ପରେ ଡ୍ୟାମ୍‌ର ସୁରକ୍ଷା ତଥା ଆଗକୁ ଅଧିକ ବର୍ଷା ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଆଜି ଇନ୍ଦ୍ରାବତୀ ଓ ମୁରାନ ଡ୍ୟାମ୍‌ର ୫ଟି ଗେଟ୍‌ ଖୋଲାଯାଇଥିବା ତହସିଲଦାର ଦେବେନ୍ଦ୍ର ସିଂ ଧାରୁଆ ସୂଚନା ଦେଇଛନ୍ତି। ଆଜି ରାତି ୭ଟାରେ ଇନ୍ଦ୍ରାବତୀ ଡ୍ୟାମ୍‌ର ୭ଟି ଗେଟ୍‌ ମଧ୍ୟରୁ ୨,୩ ଓ ୪ନମ୍ବର ଏବଂ ମୁରାନ ଡ୍ୟାମ୍‌ର ୫ଟି ଗେଟ୍‌ ମଧ୍ୟରୁ ୨ ଓ ୩ନମ୍ବର ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧ହଜାର ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ୫ଟି ଗେଟ୍‌ ଦେଇ ସେକେଣ୍ଡ ପ୍ରତି ୮ଶହ ଘନମିଟର ଜଳ ନିଷ୍କାସିତ ହେଉଛି। ଅନ୍ୟପଟେ ଉଭୟ ଡ୍ୟାମ୍‌ର ୫ଟି ଗେଟ୍‌ ଖୋଲାଯିବା ପରେ ନନ୍ଦାହାଣ୍ଡି, ନବରଙ୍ଗପୁର, କୋଷାଗୁମୁଡା, ବୋରିଗୁମ୍ମା ଓ କୋଟପାଡ ବ୍ଲକର ୨୪ଟି ଗ୍ରାମ ଜଳବନ୍ଦୀ ହେବା ନେଇ ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.