ଉଚ୍ଚଶିକ୍ଷା ନିର୍ଦେଶକଙ୍କ ସମେତ ୫ ଆଇଏଏସ୍‌ଙ୍କୁ ବଦଳି

0 122

ଭୁବନେଶ୍ୱର : ଉଚ୍ଚଶିକ୍ଷା ନିର୍ଦେଶକ ଧୀରେନ କୁମାର ପଟ୍ଟନାୟକଙ୍କୁ ଗୋପବନ୍ଧୁ ଏକାଡେମିର ଅତିରିକ୍ତ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ଉଚ୍ଚଶିକ୍ଷା ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ବି.ପରମେଶ୍ୱରନଙ୍କୁ ଅବସ୍ଥାପିତ କରାଯାଇଛି। ଶ୍ରୀ ପଟ୍ଟନାୟକଙ୍କ ସମେତ ୫ଜଣ ଆଇଏଏସ୍‌ ଅଧିକାରୀ ବଦଳି ହୋଇଛନ୍ତି। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ପଟ୍ଟନାୟକଙ୍କ ବ୍ୟତୀତ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସ୍‌ଏସ୍‌ଆଇସି)ର ପରିଚାଳନା ନିର୍ଦେଶକ ରତ୍ନାକର ରାଉତଙ୍କୁ ଓରେଡ଼ାର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ବଦଳି କରାଯାଇଛି। ସେ ଏହି ପଦବିରେ ଯୋଗଦେବା ପରେ ଏହି ପଦବିର ଅତିରିକ୍ତ ଦାୟିତ୍ୱରେ ଥିବା ରୁପା ମିଶ୍ରଙ୍କୁ ଅବ୍ୟାହତି ଦିଆଯିବ। କଟକ ଉନ୍ନୟନ କର୍ତୃପକ୍ଷ(ସିଡିଏ)ର ଉପାଧ୍ୟକ୍ଷ ଶରତ କୁମାର ପଟ୍ଟନାୟକଙ୍କୁ କଟକ ମହାନଗର ନିଗମର କମିସନର ଭାବେ ବଦଳି କରାଯାଇଛି। ଯୋଜନା ଓ ସଂଯୋଜନ ବିଭାଗରେ ଉପ ସଚିବ ଭାବେ କାର୍ଯ୍ୟ କରୁଥିବା ସ୍ୱାଧା ଦେବଙ୍କୁ ଭୁବନେଶ୍ୱର ଉନ୍ନୟନ କତୃପକ୍ଷ(ବିଡିଏ)ର ଅତିରିକ୍ତ କମିସନର ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.