ପୁଷ୍ପାଳକ ନିଯୋଗ କମିଟିରେ ଅର୍ନ୍ତଦ୍ଵନ୍ଦ୍ୱ: ୫ରୁ ଅଧିକ କର୍ମକର୍ତାଙ୍କ ଇସ୍ତଫା

ପୁରୀ :  ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ ପରିଚାଳନା କମିଟିରେ ଗତ କିଛି ଦିନ ହେଲା ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ଓ ଅନ୍ତଦ୍ଵର୍ନ୍ଦ୍ୱ ତୀବ୍ର ହେବାରେ ଲାଗିଛି। କମିଟିର କିଛି କର୍ମକର୍ତା ସଭାପତି ଏବଂ ସଂପାଦକଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି। କମିଟିର ଆୟବ୍ୟୟ ଓ ଏକପାଖିଆ ନିଷ୍ପତ୍ତିକୁ ନେଇ ଏହି ବିବାଦ ଦେଖା ଦେଇଥିବା କୁହାଯାଉଥିବା ବେଳେ କମିଟିର ସଦସ୍ୟ ଉପସଭାପତି ସିଂହାରୀ ନାରାୟଣ କର, ସହ ସଂପାଦକ ହରେକୃଷ୍ଣ ପୁଷ୍ପାଳକ, ଶଙ୍ଖମିତ୍ର ପୁଷ୍ପାଳକ, ସଦସ୍ୟ ସିଂହାରୀ ଗୌରହରି କର, ତଳିଚ୍ଛ ବନମାଳି ମହାପାତ୍ର, ସିଂହାରୀ ନୀଳାଦ୍ରି ମୋହନ କର, ମାଧବ ପୁଷ୍ପାଳକ, ହରିବଲ୍ଲଭ ପୁଷ୍ପାଳକ ସଭାପତିଙ୍କୁ ଇସ୍ତଫାପତ୍ର ଦେଇଛନ୍ତି। କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ପ୍ରଶାସନକୁ ଅଭିଯୋଗ କରି ନିରାଶ ହେବା ପରେ ବିରୋଧୀ ଗୋଷ୍ଠୀ ଏହାକୁ ଚ୍ୟାଲେଞ୍ଜ କରି ଅନ୍ୟତ୍ର ବୈଠକ କରିଛନ୍ତି।

ସମ୍ବନ୍ଧିତ ଖବର