ବିଜେପୁର ରାଜନୀତି: ବିଜେଡିରୁ ୫ ବହିଷ୍କୃତ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି। କିନ୍ତୁ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଚର୍ଚ୍ଚାର ବିଷୟ ହେଉଛି। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରର ୫ ବିଜେଡି ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ସେମାନେ ବିଜେପୁର ବ୍ଲକ୍‌ ବିଜେଡି ସଭାପତି ରାଧେଶ୍ୟାମ ମହାପାତ୍ର, ଲାଉମୁଣ୍ଡାର ଲଳିତ ପାଢ଼ୀ, ରାମଚନ୍ଦାନୀ ମେହେର, ବିଜେପୁରର ମଧୁ ଖମାରୀ ଓ ଗୌରହରି ସେଠ୍‌। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏମାନଙ୍କୁ ବହିଷ୍କାର କରାଯାଇଛି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର