୫ ପ୍ରତିଭା ପାଇବେ ‘ପ୍ରାଣନାଥ ସମ୍ମାନ’

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀ ତଥା କୃଷକ, ଶ୍ରମିକ ଓ ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୪୮ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ପ୍ରାଣନାଥ ସମ୍ମାନ’ ପ୍ରଦାନ କରାଯିବ। ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ଶ୍ରମିକ ସଂଗଠନ ନେତା ସୁବାସ ସିଂହ, ନାଟକ ଓ ମଞ୍ଚ ବ୍ୟକ୍ତିତ୍ବ ଗୋପାଳ ଦେ, ଅଭିନେତ୍ରୀ ବନଜା ମହାନ୍ତି ଏବଂ ଚିତ୍ରଶିଳ୍ପୀ ମାନସ ରଂଜନ ଜେନା ଏହି ସମ୍ମାନ ପାଇବେ। ଆସନ୍ତା ଅକ୍ଟୋବର ୫ ତାରିଖ ସନ୍ଧ୍ୟାରେ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଏହି ପ୍ରତିଭାମାନଙ୍କୁ ସମ୍ବର୍ଧିତ କରାଯିବ ବୋଲି ସ୍ମୃତି ସମିତି ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର