ରାଉରକେଲା : ଇସ୍ପାତ ସହରରେ ଏକ ଅଧାତିଆରି ମୁକୁଳା ସେଫ୍ଟି ଟାଙ୍କିରେ ପଡି ଆଜି ଜଣେ ଶିଶୁଙ୍କର ଜୀବନ ଯାଇଛି। ଏହା ସହିତ ରାଉରକେଲାରେ ଅଧାମାସ ଭିତରେ ଏ ଧରଣର ଶିଶୁ ମୃତ୍ୟୁର ସଂଖ୍ୟା ୩ ରେ ପହଞ୍ଚିଛି। ମୃତ ଶିଶୁ ଜଣକ ହେଲେ ଅନୀଶ କୁମାର ସାହୁ (୫)। ସେ ଥିଲେ କେଜି-୧ର ଛାତ୍ର। ଏ ଅଭାବନୀୟ ଘଟଣା ଘଟିଛି ପାନପୋଷ କୋଏଲ ବ୍ୟାଙ୍କ ଖରିଆବାହାଲ ଜମିଆ କଲୋନିରେ। କୋଏଲ ବ୍ୟାଙ୍କ ଖରିଆବାହାଲ ଜମିଆ କଲୋନିରେ ଦିଲୀପ ସାହୁ ପରିବାର ସହ ରହନ୍ତି। ରବିବାର ସ୍କୁଲ ଛୁଟି ଥିବାରୁ ଦିଲୀପଙ୍କ ପୁଅ ଅନିଶ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ କୋଠା ପାର୍ଶ୍ବରେ ନିର୍ମାଣଧୀନ ଏକ ଅଧପନ୍ତରିଆ ମୁକୁଳା ସେଫ୍ଟି ଟାଙ୍କିରେ ଥିବା ପାଣିରେ ପଡିଯାଇଥିଲେ। ପ୍ରାୟ ଅଧଘଣ୍ଟା ପରେ ପଡୋଶୀ ଘରର ଜଣେ ପିଲା ଅନିଶ ସେଫ୍ଟି ଟାଙ୍କିରେ ପଡିଯାଇଛି ବୋଲି ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକ ଅନିଶକୁ ଗୁରୁତର ଅବସ୍ଥାରେ ସେଫ୍ଟି ଟାଙ୍କିରୁ ଉଦ୍ଧାର କରି ଆର୍ଜିଏଚ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ।
ରାଉରକେଲା : ଟାଙ୍କିରେ ପଡ଼ି ଶିଶୁ ମୃତ
/sambad/media/post_attachments/wp-content/uploads/2019/08/811167-dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)