ବଜ୍ରପାତରେ ୫ବର୍ଷର ଶିଶୁ ମୃତ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଲାଞ୍ଜିଗଡ଼ ପଞ୍ଚାୟତର ବୁରିଙ୍ଗଝୁଲି ଗ୍ରାମର ଗୌରାଙ୍ଗ ମାଝୀଙ୍କ ଶିଶୁ ପୁତ୍ର ରଞ୍ଜନ ମାଝୀ(ମଣ୍ଟୁ, ୫)ଙ୍କ ଗୁରୁବାର ବଜ୍ରାଘାତରେ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରଞ୍ଜନ ଦିନ ୩ ଘଣ୍ଟା ସମୟରେ ନିଜ ଘର ପାଖରେ ଥିବା ଆମ୍ବ ଓ ପଣସ ଗଛ ପାଖରେ ଠିଆ ହୋଇଥିଲେ। ଏହି ସମୟରେ ବର୍ଷା ଓ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ। ଗାଁ ଲୋକେ ତାଙ୍କୁ ବେଦାନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡା. ବୁଦ୍ଧଦେବ ଗମାଙ୍ଗ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର