ଆର୍‌ଏସ୍‌ପି ବର୍ଜ୍ୟ ନାଳରେ ୫ ଯୁବକ ନିଖୋଜ!

ରାଉରକେଲା : ଜୁନ ୩ରୁ ଶୀତଳପଡ଼ାର ୫ ଯୁବକଙ୍କ ନିଖୋଜ ଘଟଣାର ରହସ୍ୟ କ୍ରମଶଃ ଖୋଲିବାରେ ଲାଗିଛି। ନିଖୋଜ ଯୁବକମାନଙ୍କୁ ଖୋଜିବାକୁ ଯାଇ ନିଜେ ମୃତ୍ୟୁଫାଶରେ ପଡ଼ୁ ପଡ଼ୁ ଅଳ୍ପକେ ରକ୍ଷା ପାଇଥିବା ଜଣେ ନାବାଳକଙ୍କୁ ଆଜି ଉଦିତନଗର ପୁଲିସ ପଚରାଉଚରା କରିବା ପରେ ଏହି ଘଟଣା ଜଣାପଡ଼ିଛି।

ଗତ ୩ ତାରିଖରେ ଶୀତଳପଡ଼ାର ୪ ଯୁବକ କ୍ରୀଷ୍ଣା ବଢ଼େଇ (୨୩), ସୁରେଶ ସିଂ (୨୫), ସୂରଜ କୁର୍‌ମି (୨୮) ଓ ରାଜୁ ନାଏକ (୨୭) ଘରୁ ବାହାରିଯାଇ ଆଉ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ବି ସେମାନଙ୍କ କୌଣସି ସନ୍ଧାନ ମିଳି ନଥିଲା। ତେବେ ସମସ୍ତଙ୍କ ସନ୍ଦେହ ଆର୍‌ଏସ୍‌ପିର ୯ ନମ୍ବର ଆଉଟ୍‌ଫଲ୍‌ ଡ୍ରେନ୍‌ ହିଁ କେନ୍ଦ୍ରୀଭୂତ ଥିଲା। ନିଖୋଜ ଯୁବକଙ୍କ ସମ୍ପର୍କରେ ସୂଚନା ପାଇଁ ଜଣେ ନାବାଳକ ସହ ଅନ୍ୟ ୪ ଜଣ ସେଠାରେ ଖୋଜା ଖୋଜି କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସେହି ନଳା ଭିତରେ ପଶିଥିଲେ। କିନ୍ତୁ ସେଥିରେ ସଫଳ ହୋଇ ନ ଥିଲେ।

ଏବେ ନାବାଳକର ସୂଚନା ପରେ ନିଖୋଜ ସମ୍ପର୍କରେ ସନ୍ଦେହ ସ୍ପଷ୍ଟ ହେବାରେ ଲାଗିଛି। ଅନ୍ୟପକ୍ଷରେ, ଯୁବକମାନଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ଓ ସମ୍ପୃକ୍ତ ନାବାଳକର ବୟାନ ପରେ ତାକୁ ସାଥୀରେ ନେଇ ପୁଲିସ ଆର୍‌ଏସ୍‌ପିର ଆଉଟ୍‌ଫଲ୍‌ ଡ୍ରେନ୍‌ ପାଖକୁ ଯାଇ ତଦନ୍ତ କରିଛି।

ଯୁବକମାନଙ୍କ ନିଖୋଜ ପଛରେ ଜଣେ ସ୍କ୍ରାପ୍‌ ବେପାର ଦାୟୀ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର