ଟାଙ୍ଗୀ : ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନିର୍ଗୁଣ୍ଡି ଟୋଲଗେଟ ନିକଟରେ ଅବକାରୀ ଗୁଇନ୍ଦା ବିଭାଗର ଯାଞ୍ଚ ଚାଲିଥିବା ବେଳେ ଗଞ୍ଜେଇ ବସ୍ତା ଭର୍ତ୍ତି କାର ସହ ଡ୍ରାଇଭର ଗିରଫ ହୋଇଛି। ସୂଚନାନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଟୋଲଗେଟ ଆଗରେ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ ବିଭିନ୍ନ ଗାଡ଼ି ଗୁଡିକର ଯାଞ୍ଚ କରୁଥିଲା। ଏହି ସମୟରେ ମଙ୍ଗୁଳୀ ପଟୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ କାର(ଓଡି୦୫ଏନ-୧୨୩୨) ଟୋଲ ଗେଟ ଅତିକ୍ରମ କରିଥିଲା। ହଠାତ ରାଜପଥରେ ଏଭଳି ଚେକିଂ ହେଉଥିବା ଦେଖି ଏହି କାରର ଡ୍ରାଇଭର ହଡ଼ବଡେଇ ଯାଇଥିଲା। କାରକୁ ବୁଲାଇ ଡ୍ରାଇଭର ଅବକାରୀ କର୍ମଚାରୀଙ୍କ ଉପରକୁ ଚଢାଇଦେବାକୁ ଉଦ୍ୟମ କରିଥିଲେ। ହେଲେ ଆଗରେ ଏକ ଟ୍ରକ ପଶି ଆସିବା ଫଳରେ କାର ରଖି ଡ୍ରାଇଭର ରାଜପଥ ପାର୍ଶ୍ୱରେ ଥିବା ଖାଲୁଆ ସ୍ଥାନକୁ ଡେଇଁ ପଡିଥିଲା। ଏହି ସମୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅବକାରୀ କର୍ମଚାରୀ ମାନେ ଡ୍ରାଇଭରକୁ କାବୁ କରି ନିର୍ଧୂମ ଛେଚି ଥିଲେ। ପରେ ଗାଡ଼ି ଡିକି ଖୋଲିବାରୁ ସେଥିରେ ଏକାଧିକ ଗଞ୍ଜେଇ ଛୋଟ ବସ୍ତା ଥିବା ଦେଖିଥିଲେ। ଜବତ ଗଞ୍ଜେଇ ୫୦ କେଜିରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ଏହି ଚଢ଼ାଉରେ ଅବକାରୀ ଗୁଇନ୍ଦା ନିରୀକ୍ଷକ ଜଗଦୀଶ ସାମଲ ଓ ଟିମ ସାମିଲ ଥିଲେ। ଜବତ ଗଞ୍ଜେଇ ଭର୍ତ୍ତି କାର ଓ ଡ୍ରାଇଭରକୁ ଗିରଫ କରି କଟକ ଅବକାରୀ କାର୍ଯ୍ୟାଳୟକୁ ନିଆ ଯାଇଥିବା ଜଣାପଡିଛି।
ଡ୍ରାଇଭର୍ ଗିରଫ; ୫୦କେଜି ଗଂଜେଇ ଜବତ
/sambad/media/post_attachments/wp-content/uploads/2019/08/arrest-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)