ବିବାହ ଭୋଜି ଖାଇ ୫୦ ଅସୁସ୍ଥ

କବାଟବନ୍ଧ : ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ଅନ୍ତର୍ଗତ ମୁରାରିପୁର ଗ୍ରାମରେ ବିବାହ ଭୋଜି ଖାଇ ପ୍ରାୟ ୫୦ରୁ ଅଧିକା ଲୋକ ଅସୁସ୍ଥ ହୋଇଛନ୍ତି। ଭୋଜି ଖାଇବାର ତିନିଦିନ ପରେ ମଧ୍ୟ ଅଧିକାଂଶ ପେଟ ଖରାପ ରହିଥିବା ଜଣାଯାଇଛି।

ମୁରାରିପୁର ଗ୍ରାମର ଖତୁ ସ୍ବାଇଁଙ୍କ ପୁଅ ଅମିଙ୍କର ଗତ ଶୁକ୍ରବାର ଦିନ ବିବାହ ଭୋଜି ଥିଲା। ଭୋଜି ଖାଇବାର କିଛି ଘଣ୍ଟା ପରେ ଅଧିକାଂଶ ଲୋକଙ୍କ ପେଟ ଟାଣିବା ସହ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୫୦ରୁ ଅଧିକ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ କେତେକ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ଅନେକ ଲୋକ ଏବେ ବି ଅସୁସ୍ଥ ଥିବା ଜଣାପଡିଛି। ଭୋଜିରେ ରୋଷେଇଆ କରିଥିବା ଚିକେନ୍‌ ଯୋଗୁଁ ଏଭଳି ହୋଇଥାଇପାରେ ବୋଲି ଖତୁ ସ୍ବାଇଁଙ୍କ ପରିବାର ପକ୍ଷରୁ ସ୍ଥାନୀୟ ବାଲିସାହି ମେଡିକାଲ କର୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର