ତିତ୍‌ଲି କ୍ଷତି ୨୫୦୦ କୋଟି ଡେଇଁଲା

ମୃତ୍ୟୁ ସଂଖ୍ୟା ୫୭ ଛୁଇଁଲା, ୧୦ ନିଖୋଜ

ଭୁବନେଶ୍ବର : ଭୀଷଣ ସାମୁଦ୍ରିକ ଝଡ଼ ତିତ୍‌ଲି’ର ପ୍ରଭାବ କେତେ ସାଂଘାତିକ ଭାବେ ପଡିଛି, ତାହା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ପାଖାପାଖି ୨୫୦୦ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଉଜାଡି ଦେଇଛି ତିତ୍‌ଲି। େକବଳ ସେତିକି ନୁେହଁ, ଆଜି ସରକାର ସ୍ବୀକାର କରିଛନ୍ତି, ଏହି ଦୁର୍ବିପାକରେ ୫୭ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦ ଜଣ ଏବେ ବି ନିେଖାଜ ଅଛନ୍ତି। ଜିଲ୍ଲାପାଳମାନଙ୍କ ରିେପାର୍ଟ ଆଧାରରେ ଆଜି ଉଭୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଆଜି ସଚିବାଳୟରେ ମୁଖ୍ୟଶାସନ ସଚିବ ବାତ୍ୟା ପରବର୍ତୀ ସ୍ଥିତିର ସମୀକ୍ଷା କରିଥିେଲ। ପରେ ଗଣମାଧ୍ୟମକୁ ମୁଖ୍ୟସଚିବ କହିଥିେଲ, ପ୍ରଭାବିତ ୧୭ଟି ଜିଲ୍ଲାର ୯୫%ରାସ୍ତାର ପୁନଃ ନିର୍ମାଣ ଶେଷ ହୋଇଛି।

୯ଲକ୍ଷ ୩୯ ହଜାର ୪୯୩ ଜଣ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଥିଲେ। ସେ ମଧ୍ୟରୁ ୬ଲକ୍ଷ ୯୭ ହଜାର ଲୋକ ବିଦ୍ୟୁତ ସେବା ପାଇସାରିଲେଣି। ଆସନ୍ତା ୨୦ ତାରିଖ ସୁଦ୍ଧା ବ୍ୟବସ୍ଥାରେ ଶତପ୍ରତିଶତ ସୁଧାର ଆସିବ। ମରାମତି ସରିଥିବା ୯୨ଟି କେନାଲରେ ପାଣି ଛଡାଯାଇଛି ଓ ଦୁଇ ଦିନ ମଧ୍ୟରେ ଅନ୍ୟ କେନାଲରେ ଜଳଯୋଗାଣ ହେବ।

ଏହି ବୈଠକରେ କ୍ଷୟକ୍ଷତି ରିେପାର୍ଟ ସଂପର୍କରେ ମଧ୍ୟ ଆେଲାଚନା ହୋଇଥିଲା। ଅଧିକାଂଶ ବିଭାଗ ତାଙ୍କ ରିପୋର୍ଦଟ ଦେଇନାହାନ୍ତି। ସ୍ବତନ୍ତ୍ର ରିଲିଫ କମିସନର କହିଛନ୍ତି, ଆଜି ରାତି ସୁଦ୍ଧା ଯେତିକି ତଥ୍ୟ ଆସୁଛି, ତାହା ୨୫୦୦ କୋଟି ଟଙ୍କା ଟପିଗଲାଣି। ଆଜି ପୂର୍ବାହ୍ନରେ ଯେତିକି ତଥ୍ୟ ଆସିଥିଲା, ତାହା ୨୨୦୦ କୋଟି ଟଙ୍କା ଥିଲା। ଏହି ରିେପାର୍ଟ ଚୂଡାନ୍ତ ରୂପ ନେବା ପରେ କ୍ଷୟକ୍ଷତିର ପରିମାଣ ଆହୁରି ଅଧିକ ହେବ।

ରାସ୍ତାଘାଟ କ୍ଷେତ୍ରରେ ସର୍ବାଧିକ କ୍ଷତି ଘଟିଛି। ଏହାର ପରିମାଣ ୫୦୦ କୋଟିରୁ ଅଧିକ ହେବ। ବିଦ୍ୟୁତ୍‌ ବିଭାଗରେ ୧୩୩ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି। ସେହିପରି ଘର ନଷ୍ଟ ହୋଇ ୧୫୦ କୋଟି ଟଙ୍କା କ୍ଷତି ହୋଇଛି। ଇନ୍‌ପୁଟ୍‌ ସବ୍‌ସିଡି ଅନୁସାରେ ଫସଲ କ୍ଷତିର ପରିମାଣ ୨୩୩ କୋଟି ଟଙ୍କା ହେବ।

ମୁଖ୍ୟସଚିବ କହିଥିେଲ, ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ କ୍ଷତି ଭରଣା ପାଇଁ ଚେଷ୍ଟା କରାଯାଉଛି। ପାଣ୍ଠି ନିଅଣ୍ଟ ହେଲେ କେନ୍ଦ୍ରକୁ ରିପୋର୍ଟ କରାଯିବ।

ଅନ୍ୟପକ୍ଷରେ ବାତ୍ୟା ପରବର୍ତୀ ମୃତ୍ୟୁ ସଂଖ୍ୟା ୫୭ ଛୁଇଁଛି। ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ଗଜପତି ଜିଲ୍ଲାରେ ସର୍ବାଧିକ ୩୯ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ୧୨ ଏବଂ କନ୍ଧମାଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ କେନ୍ଦୁଝର, ନୟାଗଡ, ଅନୁଗୁଳ ଓ କଟକରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ସମସ୍ତ ୧୦ଜଣ ନିେଖାଜ ଗଜପତି ଜିଲ୍ଲାର ବୋଲି ସୂଚନା ମିଳିଛି।

ଆଜିର ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ସଚିବମାେନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର