ରୋଜ୍‌ଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ପାଞ୍ଚ ଦିନ ଅନ୍ତରୀଣ ଜାମିନ

କଟକ: ରୋଜଭ୍ୟାଲି ଗ୍ରୁପ ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ହାଇକୋର୍ଟ ୫ ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ବାପାଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟରେ ଯୋଗଦେବା ପାଇଁ ଅନ୍ତରୀଣ ଜାମିନ ଲୋଡି ସେ ହାଇକୋର୍ଟ‌େର ଆବେଦନ କରିଥିଲେ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ୫ ଦିନ ପାଇଁ ଅନ୍ତରୀଣ ଜାମିନରେ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ମିଆଦ ଶେଷ ହେବା ପରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ଓ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରୋଜଭ୍ୟାଲି ମାମଲାରେ କୁଣ୍ଡୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୫ରେ ଗିରଫ କରିଥିଲା। ଏହାପରେ ସିବିଆଇ ତାଙ୍କୁ ୨୦୧୬, ଜାନୁଆରି ୨୫ରେ କୋଲକତାରୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡିଶା ଆଣିଥିଲା। ଭୁବନେଶ୍ବର ସ୍ୱତନ୍ତ୍ର ସିଜେଏମ କୋର୍ଟରେ ତାଙ୍କୁ ହାଜର କରିବା ପରେ ସିବିଆଇ ରିମାଣ୍ଡରେ ନେଇ ପଚରା ଉଚୁରା କରିଥିଲା।

ସମ୍ବନ୍ଧିତ ଖବର