ଚିଟଫଣ୍ତ କମିସନ: ୬ ଜଣ ଫେରି ପାଇଲେ ଜମ‌ା ଟଙ୍କା

କଟକ : ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ହସ୍ତକ୍ଷେପ ପରେ ୬ ଜଣ ଜମାକରୀ ସେମାନଙ୍କ ଜମାଟଙ୍କା ଫେରସ୍ତ ପାଇଛନ୍ତି। ସାଇନାଥ ସିକ୍ୟୁରିଟି ଲିମିଟେଡ ସ˚ସ୍ଥା ୬ଜଣ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିଛି। ଜାମାକାରୀଙ୍କ ସତ୍ୟପାଠ ଆଧାରରେ କମିସନ ଏହି ସଂସ୍ଥାକୁ ନୋଟିସ୍ ଜାରି କରିଥିଲେ। ପରବର୍ତ୍ତୀ ସମୟରେ କମିସନଙ୍କ ନିର୍ଦ୍ଦେଶରେ ସଂସ୍ଥା ୬ ଜଣ ଜମାକରୀଙ୍କୁ ସେମାନଙ୍କ ଜମାଟଙ୍କା ଫେରସ୍ତ କରିଛି।

ସମ୍ବନ୍ଧିତ ଖବର