ରାଇରଙ୍ଗପୁର: ଅଟୋ-ବାଇକ୍‌ ସାମ୍ନାସାମ୍ନି ଧକ୍କା, ୫ ସ୍କୁଲ୍‌ ପିଲା ଓ ବାଇକ୍‌ ଆରୋହୀ ଆହତ

ରାଇରଙ୍ଗପୁର: ରାଇରଙ୍ଗପୁର: ଶୁକ୍ରବାର ପର୍ବୂାହ୍ନରେ ସଦର ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଗୋରୁମହିଷାଣୀ ରାସ୍ତାର ସାନପାଖନା ପଞ୍ଚାୟତ ଅଫସ ନିକଟରେ ଗୋଟିଏ ଅଟୋରିକ୍ସା ଓ ମୋଟରସାଇକେଲ୍‌ ସାମ୍ନାସାମ୍ନି ଧକ୍କା ହେବାରୁ ୫ ଜଣ ସ୍କୁଲ୍‌ ପିଲା ଓ ସମ୍ପୃକ୍ତ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି।

ମଧ୍ୟାହ୍ନ ସମୟରେ ଅଟୋଟି ଗୋରୁମହିଷାଣି ଆଦର୍ଶ ବିଦ୍ୟାଳୟରୁ କେତେକ ପିଲାଙ୍କୁ ନେଇ ରାଇରଙ୍ଗପୁର ଆସୁଥିଲା। ବାଟରେ ବିପରୀତ ପଟୁରୁ ଆସୁଥିବା ଗୋଟିଏ ମଟରସାଇକେଲ୍‌ ସହ ଧକ୍କା ଖାଇ ଅଟୋଟି ଓଲଟି ପଡ଼ିବାରୁ ସେଥିରେ ଥିବା ୫ ଜଣ ପିଲା ଆହତ ହୋଇଥିଲେ। ମଟରସାଇକେଲ୍‌ ଆରୋହୀଜଣକ ମଧ୍ୟ ଆହତ ହୋଇଛନ୍ତି।

ଆହତ ସ୍କୁଲ୍‌ ପିଲା ଓ ମଟରସାଇକେଲ୍‌ ଚାଳକଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିଲାମାନଙ୍କ ମଧ୍ୟରୁ ଜଣକ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି। ଏ ଯାଏଁ ତା’ର ଚେତା ଫେରି ନାହିଁ।

ସମ୍ବନ୍ଧିତ ଖବର