୬ ଅଫିସର୍‌ଙ୍କୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି

କଟକ : ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ୬ ଜଣ ଅତିରିକ୍ତ ଏସ୍‌ପିଙ୍କୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପାଇଥିବା ଅତିରକ୍ତ ଏସ୍‌ପିମାନେ ହେଉଛନ୍ତି ପ୍ରଫୁଲ କୁମାର ପାତ୍ର, ସୁଶୀଲ କୁମାର ମିଶ୍ର, ଗୁପ୍ତ ମହାକୁଡ଼, ଦୀପ୍ତି ରଞ୍ଜନ ରାୟ, ସ୍ୱରୂପ କୁମାର ପରିଡ଼ା ଏବଂ ସୁମନ୍ତ କୁମାର ମହାପାତ୍ର। ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର