୬୦ ବର୍ଷର ପୋଲ ଭୁଶୁଡ଼ିଲା : ମନ୍ଦିରା ଡ୍ୟାମ ଯୋଗାଯୋଗ ବିଚ୍ଛିନ୍ନ, ୫ ଗ୍ରାମପଞ୍ଚାୟତ ଲୋକେ ପ୍ରଭାବିତ

ରାଜଗାଙ୍ଗପୁର : ଲାଇଙ୍ଗ-ମନ୍ଦିରା ଡ୍ୟାମ୍‌ ରାସ୍ତାରେ ୬୦ ବର୍ଷ ପୂର୍ବେ ନିର୍ମିତ ଲୁହା‌େପ‌ାଲର କିଛି ଅଂଶ ଆଜି ଅପରାହ୍ନ ୨ଟାରେ ଭୁଶୁଡ଼ି ପଡ଼ିଛି। ପୋଲକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାର୍ଶ୍ବ କ୍ଷତିଗ୍ରସ୍ତ ହେବାରୁ ଲାଇଙ୍ଗ ଗ୍ରାମପଞ୍ଚାୟତ ଓ କୁଆରମୁଣ୍ଡା ବ୍ଲକ୍‌ର କେତେକ ଅଞ୍ଚଳ ସମେତ ମନ୍ଦିରା ଡ୍ୟାମ୍‌କୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆର୍‌ଏସ୍‌ପି) ପକ୍ଷରୁ ମନ୍ଦିରା ଡ୍ୟାମ ନିର୍ମାଣ ସମୟରେ ୧୯୫୯ ମସିହାରେ ଯାତାୟାତର ସୁବିଧା ପାଇଁ ଘୋଘର ନଦୀରେ ଏହି ଲୁହାପୋଲ ନିର୍ମିତ ହୋଇଥିଲା। ପୋଲଟି ମନ୍ଦିରା ଡ୍ୟାମ ଏବ˚ ଲାଇଙ୍ଗକୁ ସଂଯୋଗ କରିଥାଏ। ଏହି ପୋଲ ଉପରେ ଲାଇଙ୍ଗ କଲୋନି, ଏକଲବ୍ୟ ସ୍କୁଲ, ବନ ବିଭାଗର ନର୍ସରୀ, ଖଜୁରିଡ଼ିହି, କୁଆରମୁଣ୍ତା ବ୍ଲକ୍‌ର ଉଷ୍ରା, ଉଷ୍ରା କଲୋନି ଓ ଡୁମେରଯୋର ଗ୍ରାମର ଲୋକେ ନିର୍ଭର କରୁଥିଲେ। ଏଥିସହ ରାଜଗାଙ୍ଗପୁର ସହିତ ଯୋଗାଯୋଗ ପାଇଁ କୁଆରମୁଣ୍ଡା ବ୍ଲକ୍‌ର ଝାରବେଡ଼ା, ଜୟଡେଗା, ଝୁନମୁର ଓ ଖୁକୁଣ୍ଡବାହାଲ ଗ୍ରାମପଞ୍ଚାୟର ଲୋକେ ଏହି ରାସ୍ତା ଦେଇ ଯା’ଆସ କରୁଥିଲେ। ପୋଲର ସଂଯୋଗୀ ରାସ୍ତା ଭୁଶୁଡ଼ି ପଡ଼ିବାରୁ ଏହି ଲୋକଙ୍କର ଯା’ଆସ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର