ଯାଜପୁର ପାଇଁ ୬୨୨ କୋଟି ଟଙ୍କାର ପ୍ରକଳ୍ପ

ଗରିବ, ଚାଷୀଙ୍କ ପାଇଁ ମୋ ସରକାର କାମ କରୁଛି: ମୁଖ୍ୟମନ୍ତ୍ରୀ

ଦଶରଥପୁର/ଧର୍ମଶାଳା/ବିଂଝାରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ପାଇଁ ଆଜି ପ୍ରକଳ୍ପ ବର୍ଷା କରିଛନ୍ତି। ୪୯୯ କୋଟି ଟଙ୍କା ବିନିମୟରେ ୨୫୨ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ ୧୨୩ କୋଟି ଟଙ୍କାର ୧୮ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହିତ, ୩ଟି ସାଧା‌ରଣ ସଭାରେ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଯାଜପୁର ଗସ୍ତରେ ଆସିଥିଲେ। ପ୍ରଥମେ, ବିଂଝାରପୁର ନିର୍ବାଚନମଣ୍ଡଳୀର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଦତ୍ତପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ‌େଯାଗଦେଇଥିଲେ। ସେ କହିଥିଲେ ଯେ, ‘ମୋର ସରକାର ଗରିବଙ୍କ ସରକାର। ଚାଷୀଙ୍କ ବିକାଶ ପାଇଁ ମୋର ସରକାର କାମ କରୁଛି। ଚାଷ ହିଁ ସବୁର ମୂଳ। ଭୂମିହୀନ, ଭାଗଚାଷୀଙ୍କ ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା କରୁଛନ୍ତି।’ ଏଠାରେ ୪ କୋଟି ଟଙ୍କାର ୨ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୯୬.୩୭କୋଟି ଟଙ୍କାର ୭ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ତଳ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାପରେ ୧୯୫କୋଟି ୪୨ଲକ୍ଷ ଟଙ୍କାର ବ୍ୟୟରେ ୩୧୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ଜାରକା ମେଲଣ ପଡିଆରେ ଅନୁଷ୍ଠିତ ସମାବେଶରେ ସେ କହିଥିଲେ ଯେ, ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅବହେଳା କରୁଛନ୍ତି। ଓଡିଶାର ଭାଗ ଚାଷୀ ଓ ଭୂମିହୀନଙ୍କ ପାଇଁ କେନ୍ଦ୍ର ସରକାର ପଇସାଟିଏ ସହାୟତା ଦେଉନଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଛନ୍ତି। ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧୢକ୍ଷ କୁନା ତ୍ରିପାଠୀଙ୍କ ସ˚ଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ˚ସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା, ଯାଜପୁର ସା˚ସଦ ରୀତା ତରାଇ, ସରକାରୀ ଦଳ ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ସୁକିନ୍ଦା ବିଧାୟକ ପ୍ରୀତିର˚ଜନ ଘଡାଇ, କୋରେଇ ବିଧାୟକ ଆକାଶ ଦାସନାୟକ, ଜିଲ୍ଳା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର