୩୪ଟି ଜେଲ୍‌ରେ କ୍ୟାମ୍ପକୋର୍ଟ : ଜାମିନ ପାଇଲେ ୬୩୫

ଭୁବନେଶ୍ୱର : କଟକର ଚୌଦ୍ବାର, ଆଠଗଡ, ବାେଲଶ୍ବର, ସୋର ଜିଲ୍ଲା କାରାଗାରରେ କ୍ୟାମ୍ପକୋର୍ଟ ମାଧ୍ୟମରେ ଶୁଣାଣି ହେଲା। ସମ୍ବଲପୁରରେ ବି ଜେଲ ଭିତରେ କ୍ୟାମ୍ପ କୋର୍ଟ କରି ମାମଲାର ଶୁଣାଣି କଲେ ଜିଲ୍ଲା ଜଜ୍। ଆଇନଜୀବୀ ଆେନ୍ଦାଳନର ମୁକାବିଲା ପାଇଁ ଜେଲ ଭିତରେ କ୍ୟାମ୍ପ କୋର୍ଟ କରି ମାମଲା ଶୁଣାଣି କରିବା ପାଇଁ ହାଇେକାର୍ଟ ଯେଉଁ ନିେର୍ଦଶ ଦେଇଥିଲେ, ପ୍ରଥମ ଦିନରେ ସେ କ୍ଷେତ୍ରରେ ଏଭଳି ସଫଳତା ମିଳିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ୩୪ଟି ଜେଲରେ ଆଜି ଏଭଳି ଢଙ୍ଗରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ, ପାଖାପାଖି ୫୦୦ଟି ମାମଲାର ଶୁଣାଣି ହୋଇଛି ଓ ୬୩୫ ଜଣ ଜାମିନ ପାଇବା ଲାଗି ବାଟ ଖୋଲିଛି।

ବାରିପଦା ଭଳି କିଛି ଜେଲରେ କ୍ୟାମ୍ପକୋର୍ଟ ଶୁଣାଣି େହାଇପାରିନାହିଁ। ୭ଟି ଜେଲରେ ଓକିଲମାେନ ବିେରାଧ କରିବା କାରଣରୁ କ୍ୟାମ୍ପ େକାର୍ଟ ଅନୁଷ୍ଠିତ େହାଇପାରିନଥିଲା।

ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଜେଲରେ କଏଦୀଙ୍କ ସ୍ଥିତି ସଙ୍ଗିନ େହଲାଣି। ସାମାନ୍ୟ ମାମଲାରେ ଗିରଫ େହାଇଥିବା ବ୍ୟକ୍ତିଙ୍କୁ ବି ଜାମିନ ମିଳିପାରୁନାହିଁ। ପରିଣାମ େହଲା, କ୍ଷମତା ଠାରୁ ପାଖାପାଖି ୩ଗୁଣ ଅଧିକ କଏଦୀ ଏବେ ବିଭିନ୍ନ େଜଲରେ ରହିଛନ୍ତି। ଏହାଦ୍ବାରା େଜଲରେ ଅଭାବନୀୟ ପରିସ୍ଥିତି ସୃଷ୍ଟି େହାଇଛି ଓ ମାନବାଧିକାରର େଖାଲା ଉଲ୍ଲଂଘନ େହଉଛି।

ଦିନକୁ ଦିନ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଆଡକୁ ଯାଉଥିବା ଲକ୍ଷ୍ୟ କରି ଗତ ଶନିବାର ଦିନ ହାଇେକାର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି େନଇଥିଲେ। ସମସ୍ତ ଜିଲ୍ଲା ଜଜଙ୍କୁ କୁହାଯାଇଥିଲା େଯ େସମାେନ ନିଜ କାର୍ଯ୍ୟ ଦିବସରେ େଜଲରେ ଉପସ୍ଥିତ ରହି କ୍ୟାମ୍ପ େକାର୍ଟ କରିବେ।

ବିଚାରବିଭାଗୀୟ ଅଧିକାରୀଙ୍କ ସହିତ ଅଦାଲତର କିରାଣୀ, ଗ୍ରୁପ୍-ଡି କର୍ମଚାରୀ, ଷ୍ଟେନୋ ଓ କୋର୍ଟ ସବ୍ ଇନ୍ସପେକ୍ଟର (ସିଏସଆଇ) ଜେଲ ପରିସରରେ ଅନୁଷ୍ଠିତ ହେବାକୁ ଥିବା କ୍ୟାମ୍ପ କୋର୍ଟରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ଜାମିନ ଶୁଣାଣି ବେଳେ କ୍ୟାମ୍ପ କୋର୍ଟରେ କୋର୍ଟ କର୍ମଚାରୀ ଓ ସିଏସଆଇଙ୍କ ବ୍ୟତୀତ ଅନ୍ୟ କେହି ଯେପରି ଉପସ୍ଥିତ ନ ରହିବେ ତାହା ଜେଲ କର୍ତୃପକ୍ଷ ନିଶ୍ଚିତ କରିବେ େବାଲି କୁହାଯାଇଥିଲା। େକଉଁଭଳି ଶୁଣାଣି େହବ, କିଭଳି କଏଦୀ ଜାମିନରେ ଯିେବ, କିଏ େକଉଁ ଦାୟିତ୍ବ ତୁଲାଇବେ, େସ େନଇ େକାର୍ଟ ସ୍ପଷ୍ଟ ନିେର୍ଦଶ େଦଇଥିେଲ।

ହାଇେକାର୍ଟ ଏକଥା ବି କହିଥିଲେ, ଯଦି କୌଣସି ପରିସ୍ଥିତିରେ ନିର୍ଦ୍ଧାରିତ ୬୦/୧୨୦ ଦିନ ଭିତରେ ବିଚାରାଧୀନ ବନ୍ଦୀଙ୍କ ବିରୋଧରେ ପୁଲିସ ରିପୋର୍ଟ ଦାଖଲ ନ ହୁଏ ତେବେ ସିଆରପିସିର ଧାରା ୧୬୭(୨) ଅନୁସାରେ ପଦ‌କ୍ଷେପ ନିଆଯିବ।

ହାଇେକାର୍ଟଙ୍କ ନିେର୍ଦଶମାନି ଆଜି ଜିଲ୍ଲା ଜଜମାେନ ସକାେଳ ବିଭିନ୍ନ କାରାଗାର ଯାଇ କ୍ୟାମ୍ପକୋର୍ଟ କରିଥିେଲ। ଯାଜପୁର ଜିଲ୍ଲା ରଗଡ଼ି ଓ ଯାଜପୁର ସବ୍ ଜେଲରେ କ୍ୟାମ୍ପକୋର୍ଟ ବସିଥିଲା। ରଗଡ଼ି ଜେଲ ଅଧୀକ୍ଷକ ପ୍ରାୟ ୫୦ ଜାମିନ ଆବେଦନ ଦାଖଲ କରିଥିବା ବେଳେ ଯାଜପୁରରେ ୧୦ଟି ଜାମିନ ଆେବଦନ ଦାଖଲ ହୋଇଛି। ସୋର ଉପକାରାଗାର ପରିସରରେ ହୋଇଥିବା କ୍ୟାମ୍ପ୍‌ କୋର୍ଟରେ ୩ ଜଣ ମହିଳାଙ୍କ ସହ ଜଣେ ପୁରୁଷ ଏହିପରି େମାଟ ବିଚାରାଧୀନ କଏଦୀ ଜାମିନ୍‌ରେ ମୁକୁଳିଛନ୍ତି।

ବାଲେଶ୍ବର ଜିଲ୍ଲା କାରାଗାରରେ କ୍ୟାମ୍ପ କୋର୍ଟକୁ ବିରୋଧ କରିଥିଲେ କିଛି ଆଇନଜୀବୀ। କିନ୍ତୁ କ୍ୟାମ୍ପକୋର୍ଟ ଅନୁଷ୍ଠିତ େହାଇଥିଲା। େମାଟ ୧୨ଟି ପଟିସନ୍‌ ଗ୍ରହଣକରି କଏଦୀ ମାନଙ୍କୁ ଶୁଣାଯାଇଥିଲା। ତେବେ ସଂଧ୍ୟା ସୁଦ୍ଧା କାହାକୁ ଜାମିନ ମିଳିନଥିବା ଜଣା ଯାଇଛି।

ସେହିଭଳି ରାଉରକେଲାରେ ୨୬ ଜଣ କଏଦୀଙ୍କର ବିଚାର କରାଯାଇଛି। ରାଇରଙ୍ଗପୁରରେ ୭ ଜଣଙ୍କୁ ଜାମିନ୍ ମିଳିଛି।

ସମ୍ବଲପୁର ମଣ୍ଡଳ ଜେଲରେ ୬୭ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର ହୋଇଛି। ଭୁବନେଶ୍ବର ଝାରପଡା େଜଲରେ େମାଟ ୧୪ ଜଣଙ୍କର ଶୁଣାଣି େହାଇଥିଲା ଓ ଜଣଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ାର ବାରିମୂଳ ଜେଲ୍‌ରେ ଆଜି ଅନୁଷ୍ଠିତ କ୍ୟାମ୍ପ୍‌ କୋର୍ଟରେ ୧୫୭ ଜଣ ବିଚାରାଧୀନ ବନ୍ଦୀଙ୍କୁ ଜାମିନ୍‌ ମିଳିଛି। େସହିପରି ପୁରୀରେ ୧୪୬, ନିମାପଡା ସବ ଜେଲରେ ୫୧ ଜଣଙ୍କୁ ପିଆର୍ ବଣ୍ଡରେ ଛଡାଯାଇଛି। େଢଙ୍କାନାଳ ଜେଲରେ ୨୦ଟି ମାମଲାର ଶୁଣାଣି େହାଇଥିଲା ଓ ୬ଜଣଙ୍କୁ ଜାମିନ ମିଳିଛି। ଜଗତସିଂହପୁରର ଆଳି ପିଙ୍ଗଳ ସବ୍‌-ଜେଲ୍‌ରେ କ୍ୟାମ୍ପ୍‌ କୋର୍ଟରେ ୩୨ଜଣ ମୁଦାଲାଙ୍କ ଆବେଦନ ଶୁଣାଣି କରାଯାଇ ଜାମିନ ମଂଜୁର କରାଯାଇଥିଲା। ଚୌଦ୍ବାର ସର୍କଲ ଜେଲେ କ୍ୟାମ୍ପ କୋର୍ଟରେ ମୋଟ ୫୮ ଜଣଙ୍କ ଜାମିନ ଆବେଦନ ମଞ୍ଜୁର ହୋଇଛି।

ବାରିପଦା ଜିଲ୍ଲା ମୁଖ୍ୟ କାରାଗାରର କଏଦୀଙ୍କ ଜାମିନ୍‌ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ହେଲେ ଏହାକୁ ତୀବ୍ର ବିରୋଧ କରିବାକୁ ଯାଇ ଆଇନଜୀବୀ ମାେନ ଜିଲ୍ଲା ଦୌରାଜଜ୍‌ଙ୍କ କାର୍ଯ୍ୟାଳୟ ଆଗରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିେଲ। ବିଚାରପତିମାନଙ୍କୁ ଭିତରକୁ ଛାଡ଼ିନଥିଲେ। ଫଳରେ କ୍ୟାମ୍ପକୋର୍ଟ କାର୍ଯ୍ୟକ୍ରମ ଫେଲ୍‌ ମାରିଥିଲା। କେନ୍ଦୁଝର ଜିଲ୍ଲା କାରାଗାରରେ ଆଜି ହୋଇ ପାରିଲାନି କ୍ୟାମ୍ପ କୋର୍ଟ। ଓକିଲଙ୍କ ବିରୋଧ ଯୋଗୁ ବିଚାରପତି ଆସି ପାରି ନ ଥିଲେ। ଜାମିନ୍‌ ପାଇବାକୁ ଆଶା ବାନ୍ଧିଥିବା ୪୨ ଜଣ ବିଚାରାଧୀନ ବନ୍ଦୀ ନିରାଶ ହୋଇଥିେଲ। େସହିଭଳି ଓକିଲଙ୍କ ବିେରାଧ େଯାଗୁଁ କାମାକ୍ଷାନଗର ଓ ତାଳଚେର େଜଲରେ କ୍ୟାମ୍ପକୋର୍ଟ େହାଇପାରିନାହିଁ।

ପୂର୍ବରୁ ଭିଡିଓ କନ‌ଫରେନ୍ସିଂରେ ଶୁଣାଣି ଏବଂ ସ୍ବତନ୍ତ୍ର ସ୍ଥିତିରେ ସାମୟିକ କ୍ୟାମ୍ପ କୋର୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯିବାର ନଜିର ରହିଥିଲା।

ସମ୍ବନ୍ଧିତ ଖବର