୬୫ ପ୍ରଶାସନିକ ଅଧିକାରୀଙ୍କୁ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ୬୫ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ୩୦ ଠାରୁ ୨୦ଟି ଜିଲ୍ଲାର ୬୫ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ନିର୍ବାଚିତ ଲୋକପ୍ରତିନିଧିଙ୍କ ପରିବର୍ତ୍ତେ ସମସ୍ତ କ୍ଷମତା ପ୍ରଶାସନକଙ୍କ ହାତରେ ରହିବ। ଏସବୁ ପୌର ସଂସ୍ଥାର କାର୍ଯ୍ୟକାଳ ସେପ୍ଟେମ୍ବର ୨୯ରେ ଶେଷ ହୋଇଥିବାରୁ ସେଠାରେ ପ୍ରଶାସକମାନଙ୍କୁ ନିଯୁକ୍ତି ଦିଆଯାଇଛି।

ଗଞ୍ଜାମ ଜିଲ୍ଲାର ୧୭ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ, ଉପ-ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ହାତରେ ଏହି କ୍ଷମତା ରହିବ। ଗଞ୍ଜାମ ଜିଲ୍ଲାପାଳଙ୍କ ହାତରେ ବ୍ରହ୍ମପୁର ନଗର ନିଗମର କ୍ଷମତା ରହିବ। ସେହିପରି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ରାୟଗଡ଼ା, ନୟାଗଡ଼ ଓ ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ପ୍ରଶାସକ ଦାୟିତ୍ୱ ମିଳିଛି।

ସମ୍ବନ୍ଧିତ ଖବର