ପୁଲିସ୍‌ ବିଭାଗରେ ପଦାବନତି : ୬୭ ଏଏସ୍‌ଆଇ ହେଲେ କନଷ୍ଟେବଳ

କଟକ : ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ୬୭ ଜଣ ଏଏସ୍‌ଆଇଙ୍କୁ କନଷ୍ଟେବଳ ପାହ୍ୟାକୁ ଫେରାଇ ଦିଆଯାଇଛି। ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ୍‌ (ସ୍ୟାଟ୍‌)ଙ୍କ ନିର୍ଦ୍ଦେଶକ୍ରମେ ଏଭଳି ପଦାବନତି ପାଇଥିବା କର୍ମଚାରୀ ମାନସିକ ସଙ୍କଟରେ ପଡିଛନ୍ତି। ସଂପୃକ୍ତ କନଷ୍ଟେବଳଙ୍କୁ ଏଏସ୍‌ଆଇ ପଦରେ କାର୍ଯ୍ୟ କରିବାକୁ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ନିର୍ଦ୍ଦେଶନାମା ପ୍ରକାଶ କରାଯାଇଥିଲା। ହେଲେ ଏହାକୁ ବିରୋଧ କରି ସ୍ୟାଟରେ ଏକାଧିକ ମାମଲା ରୁୁଜୁ ହେବା ସହ ସମସ୍ତ ମାମଲାର ଏକତ୍ର ଶୁଣାଣି କରାଯାଇଥିଲା। ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ବିଭିନ୍ନ ଥାନା ଓ ବାଟାଲିଅନ୍‌ରେ କର୍ଯ୍ୟରତ ଲୋଭାବତୀ ସାହୁ, ଉମାକାନ୍ତ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ଦଳାଇ, ସୁଲୋଚନା ସେଠୀ, ଦାଶରଥୀ ଦଳାଇ, ଗୋଲକ ବିହାରୀ ସେଠୀ, ସରୋଜ କୁମାର ସେଠ, ପ୍ରତାପ କିଶୋର ଛତ୍ରିଆ, ଘେନୁ ଖେମୁଣ୍ଡୁ, ରବିନ୍ଦ୍ର ନାଥ ମହାନନ୍ଦ, ବେଣୁଧର ବେହେରା, ଯୁଗଳ କିଶୋର ତାଣ୍ଡି, ମନୋରଂଜନ କାଣ୍ଡି, ବସନ୍ତ କୁମାର ବେହେରା, ଶ୍ରୀନିବାସ ସେଠୀ, ବିଜୟ କୁମାର ମଲ୍ଲିକ, ସୁବାସ ଚନ୍ଦ୍ର ବାୟକ, ହେମନ୍ତ ହରିଜନ, ପୁଷ୍ପାଞ୍ଜଳି ବେହେରା, ଅକୁଳ ଚରଣ ସେଠୀ, ଶୁଭକାନ୍ତ ନାୟକ, ଅରୁଣ ବତ୍ରିଆ, ସନ୍ତୋଷ କୁମାର ବେହେରା, ହରେଶ ଚନ୍ଦ୍ର ଦଳେଇ, ବିଭୂତି ଭୂଷଣ ନାଏକ, ଧୀରା ସେଠୀ, ସଂଜୀବ କୁମାର ବେହେରା, ପାର୍ଥ ବେହେରା, ସନ୍ତୋଷ କୁମାର ମଲ୍ଲିକ, ପ୍ରତିମା ଖଟୁଆ, ପ୍ରମୋଦ କୁମାର ମାଝୀ, ପ୍ରଭାସିନୀ ବେହେରା, ଉମେଶ କୁମାର ବେହେରା, ସନ୍ତୋଷ କୁମାର ସେଠୀ, ବିଜୟ ସୁନା, ତନ୍ମୟ କୁମାର ମାହାନା, ଗୁଣନିଧି ବେହେରା, ଜୀବନାନନ୍ଦ ବେହେରା, ମାଧବାନନ୍ଦ ସାହୁ, ସନ୍ତୋଷ କୁମାର ବେହେରା, ଲାବଣ୍ୟ ବେମଲ, ଉମାଶଙ୍କର ନିଆଳ, ରସାଳିନୀ ନାଏକ, ଅଜିତ କୁମାର ନାଏକ, ସୁଦାମ ସୁନା, ଶିବଲାଲ୍‌ ତଣ୍ଡି, ଅଭିମନ୍ୟୁ ପାଣ୍ଡେ, ସରୋଜ କୁମାର ସାମଲ, ଉପେନ୍ଦ୍ର ଗୋଚ୍ଛାୟତ, ସୁବ୍ରତ କୁମାର ବେହେରା, ସୁରେନ୍ଦ୍ର ସେଠୀ, ପ୍ରମୋଦ କୁମାର ଡିଗଲ, ରବିନ୍ଦ୍ରନାଥ ସେଠୀ, ଭିକାରୀ ନାୟକ, ପ୍ରସନ୍ନ କୁମାର ଦଳାଇ, ଦେବେନ୍ଦ୍ର କୁମାର ବେହେରା, ପ୍ରଦ୍ୟୁଷ କୁମାର ବେହେରା, ଦିଲ୍ଲୀପ କୁମାର ସେଠୀ, ଅରୁଣ କୁମାର ଜେନା, ରୋହିତ କୁମାର ବେହେରା, ପ୍ରଦୀପ ପୋଢ, ସୁଶାନ୍ତ କୁମାର ବେହେରା, ବେଣୁଧର ପାତ୍ର, ଅଜିତ ମୋହନ ସେଠ, ମନୋଜ କୁମାର ବେହେରା, ବିଶ୍ୱଜିତ ସେଠୀଙ୍କୁ ସେମାନଙ୍କ ମୂଳ ପଦବି କନଷ୍ଟେବଳକୁ ଫେରାଇ ଅଣାଯାଇଛି। କିନ୍ତୁ ଅଫିସର ପାହ୍ୟାରେ କାମ କରି ପୁଣି ତଳ ପାହ୍ୟାକୁ ଫେରିବା ଘଟଣା ସେମାନଙ୍କ ପାଇଁ ମାନସିକ ଭାବେ ଦୁଶ୍ଚିନ୍ତାର କାରଣ ହୋଇଛି।

ଅନ୍ୟପକ୍ଷରେ ଉକ୍ତ ମାମଲା ଅନୁଯାୟୀ ୩୨୮ଜଣ କନଷ୍ଟେବଳଙ୍କୁ ଓଏଏସ୍‌ଆଇ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଫଳରେ ସଂପୃକ୍ତ କନଷ୍ଟେବଳମାନେ ଏଏସ୍‌ଆଇ ପଦରେ ଡ୍ୟୁଟି କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଯେପର୍ଯ୍ୟନ୍ତ ଉକ୍ତ କନଷ୍ଟେବଳମାନେ ଏଏସ୍‌ଆଇ ପରୀକ୍ଷାରେ କୃତକାର୍ଯ୍ୟ ନ ହୋଇଛନ୍ତି, ସେପର୍ଯ୍ୟନ୍ତ ସେମାନେ କୌଣସି ମାମଲାର ତଦନ୍ତଭାର ଗ୍ରହଣ କରିପାରିବେ ନାହିଁ। ପରୀକ୍ଷାଫଳ ପ୍ରକାଶ ପାଇବା ପରେ ସେମାନେ ରଖିଥିବା ନମ୍ବର ଅନୁଯାୟୀ ବରିଷ୍ଠତା ଧାର୍ଯ୍ୟ କରାଯିବ। ଯଦି ଏକାଧିକ ପ୍ରାର୍ଥୀ ସମାନ ନମ୍ବର ରଖନ୍ତି, ତାହେଲେ ସେମାନଙ୍କର ମୂଳ ଗ୍ରେଡ୍‌ ଅନୁଯାୟୀ ବରିଷ୍ଠତା ଚୟନ କରାଯିବ। ଯଦି ପରୀକ୍ଷାରେ ଫେଲ୍‌ ହୁଅନ୍ତି, ତାହେଲେ ସେମାନଙ୍କୁ ପାସ୍‌ କରିବାକୁ ଆଉ ଦୁଇଟି ସୁଯୋଗ ଦିଆଯିବ। ଏହାସତ୍ତ୍ୱେ ଯଦି ସେମାନେ କୃତକାର୍ଯ୍ୟ ନହୁଅନ୍ତି, ତେବେ ସେମାନଙ୍କୁ କନଷ୍ଟେବଳ ପାହ୍ୟାକୁ ଖସାଇ ଦିଆଯିବ। ଓଏଏସ୍‌ଆଇମାନେ ଏହି ପରୀକ୍ଷାରେ ପାସ୍‌ ନକରିବା ପର୍ଯ୍ୟନ୍ତ ସେମାନଙ୍କୁ ବାର୍ଷିକ ଦରମାବୃଦ୍ଧି ଲାଗୁ କରାଯିବ ନାହିଁ ବୋଲି ଦର୍ଶାଯାଇଛି। ଅନ୍ୟପକ୍ଷରେ ଯଦି ୨୦୧୬ ଜୁଲାଇ ୧ ତାରିଖ ପରଠୁ ଉକ୍ତ କନଷ୍ଟେବଳଙ୍କ ଉପରେ କୌଣସି ଭିଜିଲାନ୍ସ ମାମଲା ରହିଥାଏ, ବିଭାଗୀୟ କାର୍ଯ୍ୟାନୁଷ୍ଠାନ କିମ୍ବା ନିଲମ୍ବିତ ହୋଇଥାନ୍ତି, ତାହେଲେ ସେମାନଙ୍କୁ ଓଏଏସ୍‌ଆଇ ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିବ ନାହିିଁ ବୋଲି ଦର୍ଶାଯାଇଛି।

ସମ୍ବନ୍ଧିତ ଖବର