ଶ୍ରୀମନ୍ଦିର ରାଧାକୃଷ୍ଣ ମନ୍ଦିରରେ ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ

ପୁରୀ: ଆଜି ହେଉଛି ବ୍ୟଞ୍ଜନ ଦ୍ୱାଦଶୀ । ମାର୍ଗଶୀର ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବ୍ୟଞ୍ଜନ ଦ୍ୱାଦଶୀ ଅନୁଷ୍ଠିତ ହୋଇଥାଏ । ଏହି ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା ରାଧାକୃଷ୍ଣ ମନ୍ଦିରରେବିଭିନ୍ନ ରକମର ସୁସ୍ୱାଦ ବ୍ୟଞ୍ଜନ ଭୋଗ କରାଯିବାର ବିଧି ରହିଛି ।

ଆଜିର ଏହି ବିଶେଷ ତିଥିରେ ଗୌଡୀୟ ଓ ବୈଷ୍ଣବ ସଂପ୍ରଦାୟ ମଠମାନଙ୍କରେ ଅନେକ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ରାଧା କୃଷ୍ଣଙ୍କ ପାଖରେ ଭୋଗ କରାଯାଇଛି। ଏହି ଉପଲକ୍ଷେ ପୁରୀର ଗୌରବିହାର ପରିସରରେ ପ୍ରସ୍ତୁତ ହୋଇଥିଲା ପ୍ରାୟ ୬୭୫ ପ୍ରକାରର ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ।

୪୦ ଜଣ ଭକ୍ତ ଆଠଘଣ୍ଟାରୁ ଅଧିକ ସମୟ ଧରି ବିଭିନ୍ନ ରକମର ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ୬୭୫ ପ୍ରକାର ସୁସ୍ୱାଦ ବ୍ୟଞ୍ଜନ ଭିତରେ ରହିଛି ୧୪ ପ୍ରକାର ଅନ୍ନ, ୭ ପ୍ରକାର ଡାଲି, ତରକାରୀ, ୫୦ ପ୍ରକାର ପାମ୍ପଡ, ଖଟା , ଖିରି, ପିଠା, ମିଠା ଓ ୪୦ ପ୍ରକାର ଚଟଣୀ ଓ ୬୦ ପ୍ରକାର ଭଜା । ଏହି ବ୍ୟଞ୍ଜନ ପ୍ରଭୁଙ୍କ ନିକଟରେ ଭୋଗ ହେଲା ପରେ ଶ୍ରଦ୍ଧାଳୁ ଓ ସାଧୁସନ୍ଥ ଏହି ବ୍ୟଞ୍ଜନ ପ୍ରସାଦ ଭାବେ ସେବନ କରିଥିଲେ।

ସମ୍ବନ୍ଧିତ ଖବର