ଷଷ୍ଠ ଅନ୍ତରୀଣ ରିପୋର୍ଟ ଦାଖଲ କଲେ ଚିଟଫଣ୍ଡ କମିସନ୍‌: ୧,୪୩,୪୬୩ କ୍ଷୁଦ୍ର ଜମାକାରୀ ଚିହ୍ନଟ

ଭୁବନେଶ୍ୱର: ଷଷ୍ଠ ଅନ୍ତରୀଣ ରିପୋର୍ଟକୁ ମଙ୍ଗଳବାର ଚିଟ୍‌ଫଣ୍ଡ କମିସନ୍‌ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ରିପୋର୍ଟ ଅନୁସାରେ ଚିଟଫଣ୍ଡ କମିସନ୍‌ ଜଷ୍ଟିସ ଏମଏମ ଦାସ ଏହି ରିପୋର୍ଟ ଦାଖଲ କରିଛନ୍ତି।

ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧,୪୩,୪୬୩ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି। ୨୯୯ ଜଣ କମିସନଙ୍କ ନିକଟରୁ ଟଙ୍କା ଫେରସ୍ତ ପାଇଛନ୍ତି। ଆଜି ରିପୋର୍ଟକୁ ମିଶାଇ ୩,୬୧,୮୧୭ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ଜମାକାରୀ ଚିହ୍ନଟ ହୋଇ ସାରିଛନ୍ତି। ଆହୁରି ୬ ଲକ୍ଷ ଜମାକାରୀ ପଛରେ ସତ୍ୟପାଠ ଦାଖଲ କରିଛନ୍ତି। ସମସ୍ତ ଜମାକାରୀଙ୍କୁ ଚିହ୍ନଟ ପାଇଁ ଆହୁରି ୨ରୁ ୩ ବର୍ଷ ସମୟ ଲାଗିବ ବୋଲି କମିସନ ପକ୍ଷରୁ କୁହାଯାଇଛି।

ଡିଜିଟାଲାଇଜ ପ୍ରକ୍ରିୟାରେ ସମସ୍ତ ଜମାକାରୀ ଚିହ୍ନଟ ହୋଇ ପାରିବେ ବୋଲି ଜଷ୍ଟିସ ଏମଏମ ଦାସ ସରକାରଙ୍କୁ କହିଛନ୍ତି। କ୍ଷୁଦ୍ର ଜମାକାରୀ ଚିହ୍ନଟ ହେବା ପରେ ବଡ଼ ଜମାକାରୀ ଚିହ୍ନଟ ହେବେ।

 

ସମ୍ବନ୍ଧିତ ଖବର