ବିଦ୍ୟୁତ୍ ଆଘାତରେ ୭ ହାତୀ ମୃତ୍ୟୁ ଘଟଣା: ଘଟଣାସ୍ଥଳରେ ଏନ୍‌ଜିଟିର ତଦନ୍ତ

ବିଦ୍ୟୁତ୍ ଆଘାତରେ ୭ ହାତୀ ମୃତ୍ୟୁ ଘଟଣା

ଢେଙ୍କାନାଳ: ଢେଙ୍କାନାଳ ସଦର ବନଖଣ୍ତ କମଳାଙ୍ଗଠାରେ ଗତ ମାସ ୨୭ ତାରିଖ ରାତିରେ ବିଦ୍ୟୁତ୍‌ ଆଘାତରେ ୭ଟି ହାତୀ ପ୍ରାଣ ହରାଇବା ଘଟଣା ରାଜ୍ୟ ସମେତ ଦେଶରେ ଆଲୋଡ଼ନ ଖେଳାଇଥିଲା। ଏନ୍‌ଜିଟି(ନ୍ୟାସ୍‌ନାଲ୍‌ ଗ୍ରିନ୍‌ ଟ୍ରିବୁନାଲ୍‌)ର ୪ ଜଣିଆ କମିଟି ଆଜି ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏ ସଂପର୍କରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ଏନ୍‌ଜିଟି ପକ୍ଷରୁ ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆର ଡ.ବିଭାସ ପାଣ୍ତବ, ପରିବେଶ ଓ ଜଙ୍ଗଲ ବିଭାଗର ଯୁଗ୍ମନିର୍ଦ୍ଦେଶକ ଡ. ଗୋପୀନାଥ, ସଭ୍ୟ ଡ. ନୋୟାଲ୍‌ ଥୋମାସ୍‌, ୱାଇଲ୍‌ଡ ଲାଇଫ୍‌ର ରାଜ୍ୟ ମୁଖ୍ୟ ବନ୍ୟ ସ˚ରକ୍ଷକ ସନ୍ଦୀପ ତ୍ରିପାଠୀ ପ୍ରମୁଖ ଆଜି ମଧ୍ୟାହ୍ନରେ ଘଟଣାସ୍ଥଳକୁ ଯାଇଥିଲେ। ବିଦ୍ୟୁତ୍‌ ଆଘାତରେ ହାତୀ ମରିଥିବା ସ୍ଥାନ, ଝୁଲି ରହିଥିବା ବିଦ୍ୟୁତ୍‌ ତା’ର ଆଦି ଦେଖିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ। ଆଖପାଖ ଅଞ୍ଚଳ ବୁଲି ହାତୀଙ୍କ ଚଲା‌ପଥ ଏବ˚ ବିଦ୍ୟୁତ୍‌ ତାର ଦେଖି ଫେରିଛନ୍ତି। ସେମାନଙ୍କ ସହ ଜିଲ୍ଲା ବନଖଣ୍ତ ଅଧିକାରୀ ସୁଦର୍ଶନ ପାତ୍ର, ସହକାରୀ ଜିଲ୍ଲା ବନଖଣ୍ତ ଅଧିକାରୀ ଜିତେନ୍ଦ୍ର ନାଥ ଦାଶ, ସଦର ରେଞ୍ଜର ଦର୍ଶନୀୟା ଭୋଇ, ସେସୁ ଅଧିକାରୀ ଓ ର୍କମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର