ହୀରାକୁଦ ଜଳସ୍ତର ୬୨୦ ଫୁଟ୍‌ ଛୁଇଁଲା, ୭ ଗେଟ୍‌ ଖୋଲା

ସମ୍ବଲପୁର: ହୀରାକୁଦ  ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ମଂଗଳବାର ଏହାର ଜଳସ୍ତର ୬୨୦ ଫୁଟ୍‌ ଛୁଇଁଛି। ସନ୍ଧ୍ୟା ୬ଟାରେ ଜଳସ୍ତର ୬୧୯.୮୭ ଫୁଟ୍‌ରେ ପହଂଚିଛି।  ଜଳଭଣ୍ଡାରକୁ ଏହି ସମୟରେ ୧,୫୧,୬୮୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧,୨୩,୦୮୨ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଜଳଭଣ୍ଡାର ୭ଟି  ସ୍ଲୁଇସ୍‌ ଗେଟ୍‌ ଦେଇ ୧,୦୯,୫୯୯ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ସାଢ଼େ ୮ଟା ସୁଦ୍ଧା) ଜଳଭଣ୍ଡାରର ୭.୯୨ ମିମି ଓ ତଳମୁଣ୍ଡରେ ୫.୬୦ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର