୨ଟି ସ୍ଥାନରେ ଅଗ୍ନିକାଣ୍ଡ, ୭ ବଖରା ଭସ୍ମ

ଖୋର୍ଧା/ବେଗୁନିଆ : ଖୋର୍ଧା ଜିଲ୍ଲାର ଆଜି ୨ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ମୋଟ ୭ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଖୋର୍ଧା ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଭୋଇସାହିରେ ଆଜି ଦିନ ପ୍ରାୟ ସାଢ଼େ୧୧ଟାରେ ଅଗ୍ନିକାଣ୍ଡ ଘଟିବାରୁ ଏଥିରେ ଟୁଟୁ ଭଞ୍ଜଙ୍କ ୪ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଖୋର୍ଧା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗ୍ରାମର ହରିବନ୍ଧୁ ଦଳେଇ ଓ ଅଶୋକ କୁମାର ଦଳେଇଙ୍କ ମୋଟ ୩ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଆଜି ସକାଳେ ଏକ ସଞ୍ଜ ବଳିତାକୁ କାଉ ନେଇ ଘରର ଚାଳ ଉପରେ ରଖି ଦେବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଘଟଣରେ ହରିବନ୍ଧୁଙ୍କ ୨ବଖରା ଓ ଅଶୋକଙ୍କ ୧ ବଖରା ଘର ଓ ସେଥିରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ବେଗୁନିଆ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟ ଏକ ଘଟଣାରେ ମାଣିବନ୍ଧ ପଞ୍ଚାୟତ ବଡ଼ନୟାପଲ୍ଲୀ ଗ୍ରାମର ଲକ୍ଷ୍ମୀଧର ତାଡ଼ଙ୍କ କଳେଇ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେବା ଫଳରେ ଅର୍ଧାଧିକ କଳେଇ ପୋଡ଼ି ପାଉଁଶ ହୋଇଯାଇଛି। ବେଗୁନିଆ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର