ଆଜି ପୁଣି ୭ ଡେଙ୍ଗୁ ଚିହ୍ନଟ, କଟକରୁ ୪

କଟକ : କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର, ଜଗତ୍‌ପୁରରେ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଏସ୍‌ସିବିରେ ୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ କେବଳ କଟକର ଅଛନ୍ତି ୪ଜଣ। ଆଜି ଗୋଟିଏ ଦିନରେ ପୁଣି ଟାଙ୍ଗୀ, ଚୌଦ୍ୱାର ଅଂଚଳରୁ ୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ୭ମାସରେ କଟକ ଜିଲ୍ଲାରେ ୪୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ଟାଙ୍ଗୀରେ ସର୍ବାଧିକ ୮, ଜଗତ୍‌ପୁରର ୭ ଓ ଚୌଦ୍ୱାରର ୫ ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଛି।

ଆଜି ଏସ୍‌ସିବିରେ ୫୫ଟି ରକ୍ତ ନମୂନା ପରୀକ୍ଷଣ କରାଯାଇଥିବାବେଳେ କଟକରୁ ୪, ଜଗତ୍‌ସିଂହପୁର, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। କଟକର ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‌ର ଟାଙ୍ଗୀ, ଶାଳଗାଁ, ନିର୍ଗୁଣ୍ଡି ଓ ମଠସାହିରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି। ଆଜି ଡେଙ୍ଗୁ ଓ୍ଵାର୍ଡରେ ୨୫ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ଆଇସିୟୁରେ ୫ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର