ବିଜେପିର ୭ ବରିଷ୍ଠ ନେତାଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର :ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେପି ପକ୍ଷରୁ ୭ ଜଣ ବରିଷ୍ଠ ନେତାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ରମାରଞ୍ଜନ ବଳିୟାରସିଂହଙ୍କୁ ରାଜ୍ୟ ଉପସଭାପତି, ସୁଦୀପ୍ତ ରାୟଙ୍କୁ ପୁରୀ ସଂସଦୀୟ କ୍ଷେତ୍ରର ନିର୍ବାଚନ ସଂଯୋଜକ, ଛୋଟେଲାଲ ମହନ୍ତଙ୍କୁ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ପ୍ରଚାର ସହ ସଂଯୋଜକ, ସୁରେନ୍ଦ୍ର ପଣ୍ଡାଙ୍କୁ ସମ୍ପାଦକ, ଗୋବିନ୍ଦ ଅଗ୍ରୱାଲଙ୍କୁ ପ୍ରବକ୍ତା ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପ୍ରଚାର ସହ ସଂଯୋଜକ, ବିନୋଦ ଦାସଙ୍କୁ କଟକ ସଂସଦୀୟ କ୍ଷେତ୍ରର ପ୍ରଚାର ସଂଯୋଜକ, ପ୍ରିୟବ୍ରତ ମାଝୀଙ୍କୁ ଅନୁସୂଚିତ ଜନଜାତି‌ ମୋର୍ଚ୍ଚାର ସାଧାରଣ ସମ୍ପାଦକ, ସୁଶାନ୍ତ ମଲ୍ଲିକଙ୍କୁ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିଯୁକ୍ତି ଦେଇଛନ୍ତି। ସେହିପରି ସନ୍ତୋଷ ପ୍ରଧାନଙ୍କୁ ବିଜେପି ଯୁବମୋର୍ଚ୍ଚାର ଉପସଭାପତି ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର