୭ ବରିଷ୍ଠ ଓଏଏସ୍‌ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ଉନ୍ନୀତ

ଭୁବନେଶ୍ୱର : ଓଡ଼ିଶା ପ୍ରାଶାସନିକ ସେବାର ୭ଜଣ ବରିଷ୍ଠ ଅଧିକାରୀ (ଏସ୍‌ଏଜି) ସ୍ବତନ୍ତ୍ର ସଚିବ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। ସେମାନେ ହେଉଛନ୍ତି ରାଜେନ୍ଦ୍ର ପ୍ରସାଦ ମୁଣ୍ଡ, ବିଭାସ କାନୁନୁଗୋ, ସୁଶାନ୍ତ କୁମାର ବାରିକ, ବିଷ୍ଣୁପ୍ରସାଦ ମିଶ୍ର, ଡ. ରାମକୃଷ୍ଣ ସାହୁ, ରବୀନ୍ଦ୍ର ନାଥ ସାହୁ ଓ ପ୍ରଦୀପ କୁମାର ଦାଶ। ସେମାନେ ନିଜ ନିଜ ସ୍ଥାନରେ କାମ କରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ବର୍ତମାନ ଶ୍ରୀ ମୁଣ୍ଡ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ, ଏମ୍‌ସିଆଇଆଇଟି, କଟକରେ ଥିବା ବେଳେ ବିଭାସ କାନୁନଗୋ ଅର୍ଥ ବିଭାଗର ଅତିରିକ୍ତ ସଚିବ; ସୁଶାନ୍ତ କୁମାର ବାରିକ, ବୟନ ବିଭାଗ ନିର୍ଦେଶକ; ବିଷ୍ଣୁପ୍ରସାଦ ମିଶ୍ର ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ୍ କମିସନଙ୍କ ‌ସଚିବ; ଡ. ରାମକୃଷ୍ଣ ସାହୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ; ରବୀନ୍ଦ୍ର ନାଥ ସାହୁ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଓ ପ୍ରଦୀପ କୁମାର ଦାଶ ଜଳସଂପଦ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ।

ସମ୍ବନ୍ଧିତ ଖବର