୭ଭିଜିଲାନ୍ସ ଇନିସ୍‌ପେକ୍ଟରଙ୍କ ବଦଳି

କଟକ : ରାଜ୍ୟର ବିଭିନ୍ନସ୍ଥାନରେ କାର୍ଯ୍ୟରତ ୭ଜଣ ଭିଜିଲାନ୍ସ ଇନିସ୍‌ପେକ୍ଟରଙ୍କୁ ବଦଳି କରାଯାଇଛି। ବ୍ରହ୍ମପୁର ଡିଭିଜନ୍‌ରେ କାର୍ଯ୍ୟରତ ମଦନ ମୋହନ ପ୍ରଧାନଙ୍କୁ ଭୁବନେଶ୍ୱର ଡିଭିଜନ୍‌ ଅନ୍ତର୍ଗତ ପୁରୀ ୟୁନିଟ୍‌କୁ, ସମ୍ବଲପୁର ଡିଭିଜନ୍‌ ମୁଖ୍ୟାଳୟରେ କାର୍ଯ୍ୟରତ ସି.ବିଲୁଙ୍ଗଙ୍କୁ ଦେଓଗଡ଼ ୟୁନିଟ୍‌କୁ, ବି.ରୁଦ୍ରିୟାଙ୍କୁ କୋରାପୁଟ ଡିଭିଜନ୍‌କୁ, ଭୁବନେଶ୍ୱର ଡିଭିଜନ୍‌ ମୁଖ୍ୟାଳୟରେ ନିୟୋଜିତ ଚନ୍ଦକଳା ଜେନାଙ୍କୁ ଖୋର୍ଦ୍ଧା ସ୍କ୍ଵାଡକୁ, କଟକରେ ଥିବା ଯୋଗେଶ ପ୍ରସାଦ ପଟେଲଙ୍କୁ ସମ୍ବଲପୁର ଡିଭିଜନ୍‌କୁ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ଅପରାଧ ଶାଖାର ପୁଷ୍ପାଞ୍ଜଳି ଜେନାଙ୍କୁ କୋର୍ଡିନେସନ୍‌ ଶାଖାକୁ, ହେମନ୍ତ କୁମାର ମହାନ୍ତିଙ୍କୁ ଜଗତସିଂହପୁର ୟୁନିଟ୍‌କୁ ବଦଳି କରାଯାଇଛି। ବିଭିନ୍ନ ସ୍ଥାନରେ ଖାଲି ପଦବି ପୂରଣ, ପ୍ରଶାସନିକ ଆବଶ୍ୟକତା ଓ ଲୋକ ସେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବଦଳି କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଜଣାଯାଇଛି।

ସମ୍ବନ୍ଧିତ ଖବର