ସମୁଦ୍ରରେ ଫସିରହିଛି ୧୮ଟି ବଙ୍ଗୀୟ ମତ୍ସ୍ୟଜୀବୀ ବୋଟ, ବୁଲବୁଲ ଯିବା ପର୍ଯ୍ୟନ୍ତ ଧାମରାରେ ନେବେ ଆଶ୍ରୟ

ଧାମରା: ଗଭୀର ସମୁଦ୍ରରେ ଫସିରହିଛନ୍ତି ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ | ସେମାନଙ୍କୁ ଉଦ୍ଧାର କରିବାକୁ ଓଡିଶା ସରକାର ପ୍ରୟାସ ଆରମ୍ଭ କରିଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ଧାମରାରେ ୩୨ ବୋଟ ଆସି ପହଁଚିଥିବାବେଳେ ଆହୁରି ୧୮ଟି ବୋଟ ସମୁଦ୍ର ମଧ୍ୟରେ ଫସିରହିଛନ୍ତି | ପଶ୍ଚିମବଙ୍ଗର ମେଦିନାପୁରରେ ଥିବା କଣ୍ଟାଇରେ ଫସିଯାଇଥିଲା ଏହି ୫୦ଟି ବୋଟ | ଏମାନଙ୍କୁ ଉଦ୍ଧାର କରିବାକୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓଡିଶାକୁ ସହାୟତା ମାଗିଥିଲେ |

ଏହାପରେ ସମସ୍ତ ସହଯୋଗ ଯୋଗାଇଦେବାକୁ ଓଡିଶା ସରକାର ପ୍ରତିଶୃତି ଦେଇଥିଲେ | ଏହି ସବୁ ମତ୍ସ୍ୟଜୀବୀ ଧାମରାରେ ରହିବେ | କଣ୍ଟାଇ ଉପକୂଳକୁ ଫେରିବା ବିପଦଜନକ ଥିବାରୁ ସେମାନଙ୍କୁ ଓଡିଶାର ଧାମରାକୁ ଫେରିଆସିବାକୁ କୁହାଯାଇଛି | କାରଣ ସେହି ବାଟ ଦେଇ ବୁଲବୁଲ ଅତିକ୍ରମ କରିବ | ଯାହାକି ସେମାନଙ୍କ ପାଇଁ ବିପଦ ଆଣିପାରେ |

ଏଠାରେ ସୂଚନା ଥାଉ କି ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ବୁଲବୁଲ । ୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ ।

ସମ୍ବନ୍ଧିତ ଖବର